ମେରଠ: ମେରଠରେ ଶୁକ୍ରବାର ପ୍ରବଳ ବର୍ଷା ହେତୁ ୨୮ଜଣ ସ୍କୁଲ ପିଲା ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି। ପ୍ରବଳ ବର୍ଷା ହେତୁ ରେଲେଓ୍ଵ ଅଣ୍ଡରପାସ୍ ନିକଟରେ ପାଣି ଭରିଯିବା ହେତୁ ସ୍କୁଲର ଏକ ବସ୍ ସେଥିରେ ବୁଡି ଯାଇଥିଲା। କେବଳ ବସ୍ର ଛାତ ପାଣି ବାହାରେ ଥିଲା। ସମ୍ପୂର୍ଣ୍ଣ ବସ୍ରେ ପାଣି ଭରି ଯାଇଥିଲା ଓ ପିଲାମାନଙ୍କ ବିକଳସ୍ୱର ଶୁଣିବାକୁ ମିଳିଥିଲା। ଏଭଳି ଦୃଶ୍ୟ ଦେଖି ସମସ୍ତେ ହତ୍ବାକ୍ ହୋଇପଡ଼ିଥିଲେ। କିନ୍ତୁ ବସ୍ ଚାଳକ ସୁରେନ୍ଦ୍ର ଓ ଗ୍ରାମବାସୀଙ୍କ ସାହସିକତା ପାଇଁ ୨୮ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଘରେ ପହଁଞ୍ଚା ଯାଇଥିଲା।
/sambad/media/post_attachments/wp-content/uploads/2018/07/Master-1-2-300x224.jpg)
ସୂଚନାଯୋଗ୍ୟ, େଓ୍ଵଷ୍ଟ ୟୁପିରେ ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିଥିଲା। ଏତେ ମାତ୍ରାରେ ବର୍ଷା ହୋଇଥିଲା କି ରାସ୍ତା, ଘାଟ ଓ ଘର ସବୁକିଛି ପୋଖରୀ ସଦୃଶ୍ୟ ହୋଇଯାଇଥିଲା। ତେବେ ଏହି ବର୍ଷା ହେତୁ ଶୁକ୍ରବାର ଅପରାହ୍ନରେ ମେରଠର ପରତାପୁର ଓ ଖରଖୋଦା ସୀମାରେ ଥିବା ଚନ୍ଦସାରା ଗ୍ରାମର ରେଲେଓ୍ଵ ଅଣ୍ଡରପାସ ନିକଟରେ ବର୍ଷା ପାଣିରେ ଏନକେବିଆର ସ୍କୁଲ ଫଫୁଡା ସ୍କୁଲ ବସ୍ ବୁଡ଼ି ଯାଇଥିଲା। ସ୍କୁଲ ଛୁଟି ପରେ ଏହି ବସ୍୍ର ୨୮ଜଣ ସ୍କୁଲ ପିଲା ବସି ଘରକୁ ଫେରୁଥିଲେ। ତେବେ ଏଭଳି ଘଟଣାରେ ବସ୍ ଚାଳକ ବିଚଳିତ ନହୋଇ ସାହସିକତା ସହ ଜରୁରୀକାଳିନ ଦ୍ୱାର ବାଟରେ ସ୍କୁଲ ପିଲାଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଦେଇଥିଲେ। ପିଲାବି ବସ୍ ଭିତରେ ପାଣି ଭରିଯିବା ଦେଖି ଭୟଭୀତ ହୋଇ କାନ୍ଦିବାକୁ ଲାଗିଥିଲେ। ସ୍କୁଲ ପିଲାଙ୍କ କାନ୍ଦ ଶୁଣି ଚନ୍ଦସାରା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଦେଇଥିଲେ। ଏହି ପିଲାଙ୍କ ବୟସ ୧୧ରୁ ୧୫ବର୍ଷ ଭିତରେ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Master-10.jpg)