ରାଜ୍ୟରେ ଏନ୍‌ଏଚ୍‌ର ୨୮ ପ୍ରକଳ୍ପ ବିଳମ୍ବିତ

ନୂଆଦିଲ୍ଲୀ : ଓଡ଼ିଶାରେ ଜାତୀୟ ରାଜମାର୍ଗର ୨୮ଟି ପ୍ରକଳ୍ପର କାର୍ଯ୍ୟ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଛି। ଆଜି ଲୋକସଭାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ହେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ।

ଗଡ଼କରୀଙ୍କ ସୂଚନା ହେଲା, ଏଥିରୁ ୧୫ଟି ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ରାଜ୍ୟ ପୂର୍ତ୍ତ ବିଭାଗ ଦ୍ବାରା କ୍ରିୟାନ୍ବୟନ କରାଯାଉଥିବା ବେଳେ ୧୩ଟିର କାର୍ଯ୍ୟ ଏନ୍‌ଏଚ୍‌ଏଆଇ ଦ୍ବାରା କ୍ରିୟାନ୍ବୟନ ହେଉଛି। ବିଳମ୍ବରେ ଚାଲିଥିବା ୨୮ଟି ପ୍ରକଳ୍ପ ମଧ୍ୟରୁ ୭ଟିର କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଏବଂ ବଳକା ୨୧ଟି ପ୍ରକଳ୍ପର କାର୍ଯ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ଶେଷ ହେବ ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର