୨୮ ବିଦ୍ରୋହୀ ନେତାଙ୍କୁ ନିଲମ୍ବନ କଲା ରାଜସ୍ଥାନ କଂଗ୍ରେସ

ଜୟପୁର : ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ରାଜସ୍ଥାନ କଂଗ୍ରେସ ୨୮ ଜଣ ବିଦ୍ରୋହୀ ନେତାଙ୍କୁ ନିଲମ୍ବନ କରିବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଦ୍ରୋହୀ ନେତାଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ମନ୍ତ୍ରୀ ଏବଂ ୯ ଜଣ ପୂର୍ବତନ ବିଧାୟକ ଅଛନ୍ତି। ଉକ୍ତ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଜଣେ ଦଳୀୟ ମୁଖପାତ୍ରଙ୍କ କହିବାନୁଯାୟୀ ରାଜ୍ୟ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ବିଦ୍ରୋହୀ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମହାଦେବ ସିଂହ ଖଣ୍ଡେଲା ଏବଂ ବାବୁ ଲାଲ୍‌ ନଗରଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଅଛନ୍ତି। ଏମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର