ଗୁରୁଗ୍ରାମ ମେଳାରେ ଅପମିଶ୍ରିତ ପ୍ରାସଦ ଖାଇ ୨୮ଜଣ ଅସୁସ୍ଥ

ଗୁରୁଗ୍ରାମ: ମଙ୍ଗଳବାର ରାତିରେ ଫାରୁକ୍‌ନଗର ନିକଟ ମୁବାରିକ୍‌ପୁରରେ ଅନୁଷ୍ଠିତ ମେଳାରେ  ଅପମିଶ୍ରିତ ପ୍ରସାଦ ଖାଇ କିଛି ପିଲାଙ୍କ ସମେତ ଅନ୍ୟୂନ ୨୮ଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମେଳାରେ ଉକ୍ତ ଲୋକମାନଙ୍କୁ ମାଦକ ଦ୍ରବ୍ୟ ମିଶ୍ରିତ ଫଳରସ ପରିବେଷଣ କରାଯାଥିଲା। ଉକ୍ତ ଫଳରସ ପିଇବା ପରେ ୮/୧୦ଜଣ ପିଲାଙ୍କ ସମେତ ପ୍ରାୟ ୨୮ଜଣ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ।

ଚିକିତ୍ସା ନିମନ୍ତେ ଅବିଳମ୍ବେ ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା କୁହାଯାଉଛି।

ଗୁରୁଗ୍ରାମ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର