ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ବଜେଟ୍ରେ ସମୁଦାୟ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୦-୨୧ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି। କେନ୍ଦ୍ର ବଜେଟ୍ରେ ମହିଳାଙ୍କ କଲ୍ୟାଣ ପାଇଁ ଅଧିକ ଗୁରୁତ୍ବ ଦିଆଯାଇଛି। ନିର୍ଦ୍ଦିଷ୍ଟ ଭାବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ମହିଳାଙ୍କ ସଠିକ୍ ବିବାହ ବୟସ ସୁପାରିସ କରିବା ଏବଂ ଅତି କମ୍ ବୟସର ମହିଳା ମାତୃତ୍ବ ଲାଭ କରୁଥିବା ପ୍ରସଙ୍ଗରେ ବିଚାର କରିବାପାଇଁ ଏକ ଟାସ୍କ ଫୋର୍ସ ନିଯୁକ୍ତ ହେବେ ବୋଲି ନିର୍ମଳା କହିଛନ୍ତି। ବଜେଟ୍ରେ ୯,୫୦୦ କୋଟି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଦିଆଯାଇଛି ଓ ୩୫,୬୦୦ କୋଟି ଟଙ୍କା ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି।
ବଜେଟ୍ରେ ମହିଳାଙ୍କ ପାଇଁ ୨୮,୬୦୦ କୋଟି
/sambad/media/post_attachments/wp-content/uploads/2020/02/Budget-girl-Plan_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)