୧୮୫୭ ‘ବିଦ୍ରୋହ’: ୨୮୨ ସୈନିକଙ୍କ ମିଳିଲା କଙ୍କାଳ

ଚଣ୍ଡିଗଡ଼: ଅମୃତସର ନିକଟରେ ଚାଲିଥିବା ଏକ ପ୍ରତ୍ନତାତ୍ତ୍ୱିକ ଖନନ କାଳରେ ସେଠାରୁ ୧୮୫୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୮୨ ଜଣ ଭାରତୀୟ ସୈନିକଙ୍କ କଙ୍କାଳ ମିଳିଛି। ଏହି ସୂଚନା ଦେଇଛନ୍ତି, ପଞ୍ଜାବ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ (ଆନ୍ଥ୍ରୋପୋଲୋଜି) ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜେଏସ ଶେରାୱତ। ସେ କହିଛନ୍ତି ଯେ ଖନନ କାଳରେ ମିଳିଥିବା କଙ୍କାଳ ଗୁଡ଼ିକ ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୮୨ ଜଣ ଭାରତୀୟ ସୈନିକଙ୍କର କଙ୍କାଳ।

ସେ କହିଛନ୍ତି ଯେ ସୈନିକମାନେ ସେ ସମୟରେ ଘୁଷୁରୀ ଏବଂ ଗୋମାଂସ-ଗ୍ରୀସ୍‌ ହୋଇଥିବା କାର୍ଟ୍ରିଜ୍‌ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରିଥିବା କୁହାଯାଉଥିଲା। ଏହି କଙ୍କାଳଗୁଡ଼ିକ ୧୮୫୭ରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ନିହତ ହୋଇଥିବା ୨୮୨ ଭାରତୀୟ ସୈନିକଙ୍କର ଅଟେ।
ପଞ୍ଜାବର ଅମୃତସର ନିକଟସ୍ଥ ଅଜନାଲାରେ ଏକ ଧାର୍ମିକ ସ୍ଥଳ ତଳେ ମିଳିଥିବା ଏକ କୂଅରୁ ଏଗୁଡ଼ିକ ଖନନ କରାଯାଇଥିଲା ବୋଲି ସହକାରୀ ପ୍ରଫେସର କହିଛନ୍ତି।

ଏକ ଅଧ୍ୟୟନରୁ ଜଣାପଡିଛି, ଏହି ସୈନିକମାନେ ଘୁଷୁରୀ ଏବଂ ଗୋମାଂସ ଗ୍ରୀସ୍‌ ହୋଇଥିବା କାର୍ଟ୍ରିଜ୍‌ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରୁଥିଲେ। ଡିଏନଏ ଅଧ୍ୟୟନ, ଉପାଦାନ ବିଶ୍ଳେଷଣ, ନୃତତ୍ତ୍ୱ, ରେଡିଓ-କାର୍ବନ ଡେଟିଂ, ସମସ୍ତେ ଏହି ସମାନ ସମାନ ବିଶ୍ଲେଷଣ କରିଛନ୍ତି ବୋଲି ଶେରାୱତ କହିଛନ୍ତି।

୧୮୫୭ ବିଦ୍ରୋହକୁ କିଛି ଐତିହାସିକଙ୍କ ଦ୍ୱାରା ଦେଶର ପ୍ରଥମ ସ୍ୱାଧୀନତାର ଯୁଦ୍ଧ ବୋଲି କୁହାଯାଉଥିଲା। ବ୍ରିଟିଶ ଭାରତୀୟ ସେନାରେ ନିଯୁକ୍ତ କେତେକ ଭାରତୀୟ ସିପାହୀ ଧାର୍ମିକ ବିଶ୍ୱାସ ଦର୍ଶାଇ ଘୁଷୁରୀ ଏବଂ ଗୋମାଂସ ଚର୍ବି ବ୍ୟବହୃତ କାର୍ଟ୍ରିଜ୍‌ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରିଥିଲେ।

ସମ୍ବନ୍ଧିତ ଖବର