ନୂଆଦିଲ୍ଲୀ: ମେ ୩ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସମଗ୍ର ଦେଶରେ ୪୦୨୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୩୦୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମେ ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୯୯୮୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା |
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୨୬୨ ଜଣ, ହରିୟାଣାରେ ୪ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୫୬ ଜଣ, ମହାରାଷ୍ଟ୍ରରେ ୫୨୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୦ ଜଣ, ରାଜସ୍ଥାନରେ ୬୫ ଜଣ, ତାମିଲନାଡୁରେ ୨୯ ଜଣ, ତେଲେଙ୍ଗାନାରେ ୨୮ ଜଣ, ଉତ୍ତରପ୍ରଦେଶରେ ୪୩ ଜଣ ଏବଂ ପଶ୍ଚିମବଙ୍ଗରେ ୩୩ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୫୮୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୪୮୨), ଚଣ୍ଡିଗଡ଼ (୯୪), ଛତିଶଗଡ଼ (୪୩), ଦିଲ୍ଲୀ (୪୧୨୨), ଗୋଆ (୭), ଗୁଜରାଟ (୫୦୫୫), ହରିୟାଣା (୩୯୪), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୬୬୬), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୦୬), କେରଳ (୫୦୦), ଲଦାଖ (୪୦), ମଧ୍ୟପ୍ରଦେଶ (୨୮୪୬), ମହାରାଷ୍ଟ୍ର (୧୨୨୯୬), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୬୦ ), ପୁଦ୍ଦୁଚେରୀ (୮), ପଞ୍ଜାବ (୭୭୨), ରାଜସ୍ଥାନ (୨୭୭୨), ତାମିଲନାଡୁ (୨୭୫୭), ତେଲେଙ୍ଗାନା (୧୦୬୩), ତ୍ରିପୁରା (୪), ଉତ୍ତରାଖଣ୍ଡ (୫୯), ଉତ୍ତରପ୍ରଦେଶ (୨୬୨୬) ଓ ପଶ୍ଚିମବଙ୍ଗ (୯୨୨) ରହିଛି |