ସୁଡ଼ଙ୍ଗ ଖୋଳି ୨୮ ଲକର ସଫା

ମୁମ୍ବାଇ : ନବି ମୁମ୍ବାଇର ଜୁଇନଗର ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖାର ଲକର ପ୍ରକୋଷ୍ଠକୁ ସୁଡ଼ଙ୍ଗ ଖୋଳି ଲୁଟେରାମାନେ ୨୮ଟି ଲକରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନି। ଗତ ଶନି ଓ ରବିବାର ବ୍ୟାଙ୍କ ଛୁଟି ଥିବା ବେଳେ ଆଜି ସକାଳେ ଜଣେ ଗ୍ରାହକ ନିଜ ଲକରରେ କିଛି ରଖିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହ ଲକର ଗୃହକୁ ଗଲା ବେଳେ ଘଟଣା ଜଣାପଡ଼ିଥିଲା। ଲୁଟେରାମାନେ ବ୍ୟାଙ୍କ ସଂଲଗ୍ନ ଏକ ଦୋକାନରୁ ଲକର ଗୃହ ଯାଏ ସୁଡ଼ଙ୍ଗ ଖୋଳି ୨୮ଟି ଯାକ ଲକରରୁ ଟଙ୍କା ଓ ଅଳଙ୍କାର ସବୁ ଖାଲି କରିଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର