ଓଡ଼ିଶାରେ ଜାତୀୟ ରାଜପଥ ଉପରେ ଏୟାରଷ୍ଟ୍ରିପ ନିର୍ମାଣ କରିବେ କେନ୍ଦ୍ର ସରକାର, ଜରୁରୀ ସମୟରେ ଯୁଦ୍ଧବିମାନ ଉଠିପାରିବ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶରେ ଥିବା ୨୯ଟି ସ୍ଥାନରେ ଜାତୀୟ ରାଜପଥ ଉପରେ ଏୟାରଷ୍ଟ୍ରିପ ନିର୍ମାଣ କରାଯିବ । ଯୁଦ୍ଧ ସମୟରେ ଯୁଦ୍ଧବିମାନ ଉଠିବା ପାଇଁ ଏସବୁ ଏୟାରଷ୍ଟ୍ରିପକୁ ବ୍ୟବହାର କରାଯିବ । ଯେଉଁ ଯେଉଁ ରାଜ୍ୟରେ ଏସବୁ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ଯୋଜନା କରାଯାଇଛି ସେଗୁଡ଼ିକ ହେଲା ଜାମ୍ମୁ ଓ କାଶ୍ମୀର, ପଂଜାବ, ହରିୟାନା, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ମଣିପୁର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ । ସେହିପରି ଦକ୍ଷିଣଭାରତୀୟ ରାଜ୍ୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ସମାନ ଯୋଜନା କରାଯାଇଛି । ନିକଟରେ ଲୋକସଭାରେ ଏ ସଂପର୍କରେ ସୂଚନା ଦେଇଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ମନସୁଖଲାଲ ମାଣ୍ଡବ୍ୟ ।

ସେ କହିଛନ୍ତି ଯେ ଏସବୁ ପ୍ରକଳ୍ପଗୁଡ଼ିକର ସମ୍ଭାବ୍ୟତାକୁ ପରଖିବା ପାଇଁ କେନ୍ଦ୍ର ସରକାର ୨୦୧୬ରେ ଏକ ଅନ୍ତଃମନ୍ତ୍ରୀମଣ୍ଡଳୀୟ କମିଟି ଗଠନ କରିଥିଲେ । ଏଥିରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ଓ ବାୟୁସେନାର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି । ଗତ ନଭେମ୍ବର ମାସରେ ମାଣ୍ଡବ୍ୟ ସୂଚନା ଦେଇଥିଲେ ଯେ ସରକାର ସାରାଦେଶରେ ଏପରି ୧୩ଟି ରାଜପଥକୁ ଚିହ୍ନଟ କରିଛନ୍ତି ଯେଉଁଠାରେ ଯୁଦ୍ଧବିମାନ ଜରୁରୀ ସମୟରେ ଓହ୍ଲାଇପାରିବ ।

ସମ୍ବନ୍ଧିତ ଖବର