ଭୂମିକମ୍ପ ଆଶଙ୍କା : ଦେଶର ୨୯ଟି ସହରରେ ଭୟ ଅଧିକ ବୋଲି ସୂଚନା ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର୍ ସମେତ ଭାରତର ଅନେକ ରାଜ୍ୟରେ ଗତ ଏକ ସପ୍ତାହ ମଧ୍ୟରେ ୧୨ରୁ ଅଧିକ ଥର ମୃଦୁ ଭୂମିକମ୍ପ ହୋଇସାରିଛି। ରବିବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା ଏବଂ ବୁଧବାର ଦିନ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲ । ଏହାବ୍ୟତୀତ ବିହାର, ପଶ୍ଚିମବଙ୍ଗ, ଆସାମ୍ ସମେତ ଉତ୍ତର ପୂର୍ବର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭବ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ବିଗତ ଏକ ସପ୍ତାହ ମଧ୍ୟରେ ଲଗାତାର ଭୂମିକମ୍ପ ଝଟକା ବହୁତ ବଡ଼ ସଙ୍କେତ ଦେଉଛି । ବିଶେଷଜ୍ଞଙ୍କ ଅନୁସାରେ ଦିଲ୍ଲୀ ସିସ୍ମିକ ୪ ଜୋନରେ ଅନ୍ତର୍ଗତ । ଏହି ଜୋନରେ ରିକ୍ଟର ସ୍କେଲରେ ୬ରୁ ଅଧିକ ତୀବ୍ରତାଯୁକ୍ତ ଭୂମିକମ୍ପ ହେବାର ଆଶଙ୍କା ରହିଛି।

ସୂଚନା ଅନୁସାରେ ଭାରତରେ ଦିଲ୍ଲୀ ସମେତ ଦେଶର ୨୯ଟି ସହରରେ ଭୟଙ୍କର ଭୂମିକମ୍ପ ହେବାର ଆଶଙ୍କା ରହିଛି । ଏଥିରୁ ଅଧିକରୁ ଅଧିକ ସହର ହିମାଳୟ ଜୋନ ଅନ୍ତର୍ଗତ । ଦିଲ୍ଲୀ, ପାଟନା, ଶ୍ରୀନଗର, ପୁଡ଼ୁଚେରି, ଗୁଆହାଟି, ଗ୍ୟାଙ୍ଗଟକ୍, ଶିମଲା, ଡେରାଡୁନ୍, ଇମ୍ପାଲ ଓ ଚଣ୍ଡିଗଡ଼ ଆଦି ସହରରେ ରହିଛି ଭୂମିକମ୍ପ ଭୟ । ଏହା ବ୍ୟତୀତ କେରଳ, ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଝାରଖଣ୍ଡ, ମହରାଷ୍ଟ୍ର୍ର, ଛତିଶଗଡ଼, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ରହିଛି ଭୂମିକମ୍ପ ଭୟ ।

ସମ୍ବନ୍ଧିତ ଖବର