ଯମୁନା ଏକ୍ସପ୍ରେସୱେର କେନାଲ ମଧ୍ୟକୁ ବସ୍‌ ଖସି ୨୯ ମୃତ; ଅନେକ ଆହତ

ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀ ଅଭିମୁଖେ ଯାଉଥିବା ଗୋଟାଏ ସରକାରୀ ସ୍ଲିପର୍‌ ବସ୍‌ ଯମୁନା ଏକ୍ସପ୍ରେସୱେର ଗୋଟାଏ କେନାଲ ମଧ୍ୟକୁ ଖସି ପଡ଼ିବାରୁ ଅନ୍ୟୂନ ୨୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ରୋଡୱେଜର ଏହି ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଆଗ୍ରା ନିକଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଛି।

ଆଗ୍ରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବାବ୍‌ଲୁ କୁମାର କହିଛନ୍ତି ଯେ ଯମୁନା ଏକ୍ସପ୍ରେସୱେର ଏତ୍‌ମାଦ୍‌ପୁର ନିକଟରେ ଦୁର୍ଘଟଣା ଘଟିଛି।

ଆତ୍ମୀୟମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଜାଣିବାକୁ ପୀଡ଼ିତଙ୍କ ପରିବାର ଲୋକେ 9454402732ରେ ଫୋନ୍‌ କରି ପାରିବେ ବୋଲି କୁମାର କହିଛନ୍ତି।

ଆଗ୍ରା ଆଇଜି ଏ ସତୀଶ ଗଣେଶ ଟୁଇଟ୍‌ କରିଛନ୍ତି: ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଗୋଟାଏ ସ୍ଲିପର୍‌ କୋଚ୍‌ ପାସେଞ୍ଜର ବସ୍‌ ଯମୁନା ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୧୫ ଫୁଟ୍‌ ଗଭୀର କେନାଲ ଭିତରକୁ ବସ୍‌ଟି ଖସିପଡ଼ିଛି। ଏ ଯାବତ୍‌ ୨୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

Image Soource: Zee News

ଜିଲ୍ଲା ମାଜିଷ୍ଟ୍ରେଟ୍‌ ରବି କୁମାର କହିଛନ୍ତି ଯେ ପ୍ରାୟ ୧୭/୧୮ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେ କହିଲେ ଯେ ପ୍ରାୟ ୪୪ ଜଣ ଯାତ୍ରୀ ଉତ୍ତର ପ୍ରଦେଶ ଷ୍ଟେଟ୍‌ ଏକ୍ସପ୍ରେସୱେର ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌।

ସରକାରୀ ଅଧିକାରୀମାନେ କହିଛନ୍ତି କି, ଦୁର୍ଘଟଣାର କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ହୁଏ ତ ଷ୍ଟିଅର୍‌ରିଂ ଜାମ୍‌ ହୋଇ ଥାଇ ପାରେ କି, ଚାଳକ ଅନ୍ୟମନସ୍କ ଥାଇ ପାରନ୍ତି।

Image Souce: Hindustan Times

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସଂକ୍ରାନ୍ତରେ ଅବଗତ ଅଛନ୍ତି।

ଯାତ୍ରୀମାନଙ୍କ ମୃତ୍ୟୁ ଯୋଗୁଁ ସେ ଦୁଃଖ ଓ ଶୋକ ପ୍ରକାଶ କରି ଆହତମାନଙ୍କୁ ସବୁପ୍ରକାର ସମ୍ଭାବ୍ୟ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଡିଏମ୍‌ ଏସ୍‌ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରତି ମୃତଯାତ୍ରୀମାନଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ଉତ୍ତର ପ୍ରଦେଶ ରୋଡୱେଜ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର