ଉତ୍ତର-କଶ୍ମୀରରେ ଲୁଚିଛନ୍ତି ୨୯ ବିଦେଶୀ ଆତଙ୍କବାଦୀ : ପୁଲିସ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସୁରକ୍ଷାବଳର ନିୟମିତ ଅପରେସନ ସତ୍ତ୍ୱେ ଏବେ ବି କିଛି ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ଏକଥା ସ୍ପଷ୍ଟ କରିଛି ଜମ୍ମୁ ଓ କଶ୍ମୀର ପୁଲିସ ।
ଜମ୍ମୁ ଓ କଶ୍ମୀର ପୁଲିସ ଆଇଜିପି ବିଜୟ କୁମାର କହିଛନ୍ତି ଯେ କଶ୍ମୀରର କୋକରନାଗ, ଟ୍ରାଲ ଓ ଖ୍ରିଉ ସେକ୍ଟରରେ ଏବେ ପ୍ରାୟ ୨୯ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ଆତଙ୍କବାଦୀ ଜଣାପଡ଼ିଛି । ତେବେ ଖୁବଶୀଘ୍ର ଏମାନଙ୍କୁ ମୂଳପୋଛ କରିବାକୁ ସୁରକ୍ଷାବଳ ସକ୍ଷମ ବୋଲି ସେ କହିଛନ୍ତି ।
ଗତ ଶୁକ୍ରବାରଦିନ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ସେ କହିଛନ୍ତି ଯେ ଆତଙ୍କବାଦୀ ସ୍ଥାନୀୟ ହୁଅନ୍ତୁ କିମ୍ବା ବିଦେଶୀ ବିପଜ୍ଜନକ ହୋଇଥାନ୍ତି । କିନ୍ତୁ ବିଦେଶୀ ଆତଙ୍କବାଦୀ ଅଧିକ ତାଲିମପ୍ରାପ୍ତ ହୋଇଥିବାରୁ ଅଧିକ ବିପଜ୍ଜନକ । କିନ୍ତୁ ସୁରକ୍ଷାବଳ ବିଶେଷକରି ଏସଓଜି ବାହିନୀ ସେମାନଙ୍କୁ ମୂଳପୋଛ କରିବାକୁ ସକ୍ଷମ ବୋଲି ସେ କହିଛନ୍ତି ।
ଶ୍ରୀ କୁମାର କହିଛନ୍ତି ଯେ ଏବେ ଦକ୍ଷିଣ କଶ୍ମୀର ଅପେକ୍ଷା ଉତ୍ତର କଶ୍ମୀରରେ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି । କିନ୍ତୁ ଏବେ ଉତ୍ତର କଶ୍ମୀରରେ ଆତଙ୍କନିରୋଧୀ ଅପରେସନ ଆରମ୍ଭ କରାଯାଉଥିବାରୁ ସେଠାରେ ମଧ୍ୟ ଆତଙ୍କବାଦୀ ମୂଳପୋଛ ହୋଇଯିବେ । ତେବେ ପ୍ରଥମେ ଦକ୍ଷିଣ କଶ୍ମୀରର ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧିତ ଖବର