ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ରେସ୍ତୋରାଁ ଭୁଶୁଡ଼ି ପଡ଼ିବାରୁ ଚୀନ୍‌ରେ ୨୯ଜଣଙ୍କର ମୃତ୍ୟୁ

ବେଜିଙ୍ଗ୍: ଜଣେ ଗ୍ରାମବାସୀଙ୍କର ୮୦ମତ ଜନ୍ମଦିନ ପାଳନ ସମୟରେ ଉତ୍ତର ଚୀନ୍‌ର ଏକ ଗାଁରେ ଗୋଟାଏ ଦି’ମହଲା ରେସ୍ତୋରାଁ ଭୁଶୁଡ଼ି ପଡ଼ିବାରୁ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଓ ଅନ୍ୟ ୨୮ ଜଣ ଆହତ ହୋଇଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ଜରୁରୀ ପରିଚାଳନା ମନ୍ତ୍ରାଳୟ କହିଛି‌ ଯେ, ଶନିବାର ଦିନ ହଠାତ୍ କୋଠାଘରଟି ଭାଙ୍ଗିପଡ଼ିଥିଲା। ଭଗ୍ନସ୍ତୂପ ମଧ୍ୟରୁ ସମୁଦାୟ ୫୭ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଆହତ ହୋଇଥିବା ୨୮ଜଣଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ଗୁରୁତର ଅଛି।

Image Courtesy of The Asian Age

କୋଠଘରଟି କାହିଁକି ଭାଙ୍ଗିପଡ଼ିଲା, ସେ ଜନ୍ମଦିନ ଅତିଥି ଓ ଅନ୍ୟ ଉତ୍ସବପାଳନକାରୀଙ୍କ ବିଷୟରେ ହଠାତ୍ କୌଣସି ଖବର ମିଳିପାରିନାହିଁ।

ସନ୍ଧାନୀ ଶ୍ବାନ, କ୍ରେନ୍ ଏବଂ ହାଇ-ଟେକ୍ ସେନ୍‌ସର୍‌ ସହ ଶହ ଶହ ଉଦ୍ଧାରକାରୀ କଂକ୍ରିଟ୍‌ ସ୍ଲାବ୍ ଉଠାଇ ଭଗ୍ନସ୍ତୂପ ମଧ୍ୟରେ ତଲାସ ଚଳାଇଥିଲେ।

ରାଷ୍ଟ୍ରାୟତ ଗଣମାଧ୍ୟମ ‘ଚାଇନା ଡେଲି’ ଖବରକାଗଜ କହିଛି ଯେ, ଶନିବାର ସକାଳ ୯: ୪୦ରେ କୋଠାଘରଟି ଭାଙ୍ଗିପଡ଼ିଥିଲା। ଏହି ଦୁର୍ଘଟଣାର କାରଣ ଜାଣିବା ଲାଗି କରାଯାଉଥିବା ତଦନ୍ତର ତତ୍ତ୍ବାବଧାନ କରୁଛି କ୍ୟାବିନେଟ୍‌ର ‘ୱାର୍କ ସେଫ୍ଟି କମିସନ୍’।

 

ସମ୍ବନ୍ଧିତ ଖବର