ଭୁଲବଶତଃ ଭିସା ଫର୍ମରେ ନିଜକୁ ଆତଙ୍କବାଦୀ ବୋଲି ଲେଖିଦେଲେ ଯୁବତୀ, ତା’ ପରେ…

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସବୁଦିନ ଭଲ ବା ଖରାପ ନଥାଏ । ସମୟ ବଦଳେ ଏବଂ ସମୟ ସହ ପରିସ୍ଥିତି । କିନ୍ତୁ ଜଣଙ୍କ ସହ କିଛି ଏପରି ଖରାପ ଜିନିଷ ଘଟିବ ତାହା ବୋଧ ହୁଏ କେହି କେବେ କଳ୍ପନା କରି ନଥିବେ । ହେଲେ, ଜଣେ କର୍କଟ ରୋଗରେ ପୀଡ଼ିତ ଯୁବତୀଙ୍କ କ୍ଷେତ୍ରରେ ଯେ ଏପରି ଘଟିବ ତାହା କେହି ଭାବି ନଥିଲେ । ନିଜ ଭୁଲ ପାଇଁ ତାଙ୍କୁ ଦିନେ ଏତେ ଖରାପ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିବ ବୋଲି ନିଜେ କେବେ ବି ଭାବି ନଥିଲେ ମ୍ୟାଣ୍ଡି ଷ୍ଟିଭେନ୍‌ସନ୍‌ ।

ସୂଚନା ମୁତାବକ, କିଛି ଦିନ ତଳେ ମ୍ୟାଣ୍ଡି କର୍କଟ ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ଯିବା ପାଇଁ କୁହାଯାଇଥିଲା । ଏଥି ପାଇଁ ସେ ଭିସା ପାଇଁ ଆବେଦନ କରିବା ପାଇଁ ପହଞ୍ଚିଥିଲେ । ଆବେଦନ କରିବା ସମୟରେ ଭୁଲ ବଶତଃ ସେ ନିଜକୁ ଆତଙ୍କବାଦୀ ବୋଲି ଲେଖି ଦେଇଥିଲେ । କିନ୍ତୁ ତାଙ୍କୁ ପ୍ରଥମେ ସେ କରିଥିବା ଭୁଲ ବିଷୟରେ ଜଣା ପଡ଼ିଥିଲା । ଯେଉଁ ସମୟରେ ଭିସା ପାଇବାରେ ଅସୁବିଧା ଦେଖା ଦେଲା । ସେ ସମୟରେ ସେ କାରଣ ଜାଣିବାକୁ ଚାହିଁବାରୁ ନିଜ ଭୁଲ ବିଷୟରେ ଜାଣି ପାରିଥିଲେ । ପରେ ସ୍କଟ୍‌ଲ୍ୟାଣ୍ଡରେ ରହୁଥିବା ମ୍ୟାଣ୍ଡିଙ୍କର ଭିସା ଆବେଦନକୁ ଖାରଜ କରାଯାଇଥିଲା ।

Newsmobile

ନିଜ ଭୁଲ ବୁଝି ପାରି ଏହାର ସମାଧାନ ପାଇଁ ସେ ଲଣ୍ଡନରେ ଥିବା ଆମେରୀକୀ ଦୂତାବାସକୁ ଯାଇ ସେଠାରେ ଥିବା କର୍ମଚାରୀଙ୍କୁ ସବୁ ବୁଝାଇଥିଲେ । ଯାହା ପରେ ତାଙ୍କ ତାଙ୍କୁ ଭିସା ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଆମେରିକା ଯିବା ପାଇଁ ସେ ଯେଉଁ ତାରିଖରେ ଟିକେଟ୍‌ କରିଥିଲେ ସେ ତାରିଖ ସୁଧା ଭିସା ପହଞ୍ଚି ପାରିବ ନାହିଁ ବୋଲି କୁହାଯିବାରୁ ସେ ନିଜ ଯିବା ତାରିଖକୁ ଆଗକୁ ବଢ଼ାଇଥିଲେ । ଯାହା ପାଇଁ ତାଙ୍କୁ ୭୫,୫୮୯ଟଙ୍କା ଦେବା ପାଇଁ ପଡ଼ିଥିଲା ।

ସମ୍ବନ୍ଧିତ ଖବର