ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମାପ୍ତ ହୋଇଛି | ତେବେ ଭୋଟର ଫଳାଫଳ କଣ ହେବ ଓ ଇଣ୍ଡିଆ ମେଣ୍ଟର ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହାକୁ ନେଇ ଆଜି ଖଡ଼ଗେଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା | ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଅତି କମରେ ୨୯୫ଟି ଆସନ ଜିତିବ।
ଉଲ୍ଲେଖ ଥାଉ କି ଖଡ଼ଗେଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କେସି ଭେନୁଗୋପାଲ (କଂଗ୍ରେସ), ଅଖିଳେଶ ଯାଦବ (ଏସପି), ଶରଦ ପାୱାର ଏବଂ ଜିତେନ୍ଦ୍ର ଆହାଦ (ଏନସିପି), ଭଗବନ୍ତ ମାନ, ସଞ୍ଜୟ ସିଂ ଏବଂ ରାଘବ ଚଢା (ଆପ), ଟିଆର ବାଲୁ (ଡିଏମକେ), ତେଜସ୍ୱି ଯାଦବ(ଆରଜେଡି), ଚମ୍ପାଇ ସୋରେନ ଓ କଳ୍ପନା ସୋରେନ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା), ଫାରୁକ ଅବଦୁଲ୍ଲା(ଏନସି), ଡି ରାଜା, ସୀତାରାମ ୟେଚୁରି, ଅନିଲ ଦେଶାଇ ପ୍ରମୁଖ ଯୋଗ ଦେଇଥିଲେ | ତେବେ ଏହି ବୈଠକରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସଭାରେ ଯୋଗ ଦେଇନାହାଁନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଏହି ସଭାରେ ଯୋଗ ଦେଇନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/GO_RHTTXAAAcp4t.jpg)