୨ଟି ସିଝା ଅଣ୍ଡାର ଦାମ୍‌ ୧୭୦୦ ଟଙ୍କା

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଜେଡବ୍ଲ୍ୟୁ ମାରିଅଟ୍‌ ହୋଟେଲ୍‌ରେ ୨ଟି କଦଳୀର ଦାମ୍‌ ୪୪୨ ଟଙ୍କା ଖବର ବେଶ୍‌ ଚର୍ଚ୍ଚାରେ ରହିଥିଲା। ଅଭିନେତା ରାହୁଲ୍‌ ବୋସ୍‌ ଏହାର ବିରୋଧ କରିବାପରେ ଚଣ୍ଡିଗଡ଼ର ଏହି ହୋଟେଲ୍‌ ଉପରେ ୨୫,୦୦୦ ଟଙ୍କାର ଜରିମାନା କରାଯାଇଥିଲା। କିନ୍ତୁ ଏହିଭଳି ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଫୋର୍‌ ସିଜନ୍ସ୍‌ ହୋଟେଲ୍‌ରେ। ଏଠାରେ ୨ଟି ସିଝା ଅଣ୍ଡାର ଦାମ୍‌ ୧୭୦୦ ଟଙ୍କା। ଜଣେ ଟ୍ବିଟର ୟୁଜର୍‌ କାର୍ତ୍ତିକ ଧର୍‌ ଏହି ବିଲ୍‌ ପୋଷ୍ଟ୍‌ କରିଛନ୍ତି। ଅଭିନେତା ରାହୁଲ୍‌ ବୋଷଙ୍କୁ ଟ୍ୟାଗ୍‌ କରି ସେ କହିଛନ୍ତି, ଭାଇ ଆନ୍ଦୋଳନ କରିବାକୁ ହେବ। ହୋଟେଲ୍‌ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ପ୍ରକାଶ ପାଇନି।

ସମ୍ବନ୍ଧିତ ଖବର