ନୂଆଦିଲ୍ଲୀ: ପ୍ରାୟ ଛଅ ମାସ ବନ୍ଦ ରହିବା ପରେ ଶନିବାର ମଧ୍ୟରାତ୍ରୀରୁ ପୁଣି କଶ୍ମୀର ଉପତ୍ୟକାର ୨୦ଟି ଜିଲ୍ଲାରେ ପୋଷ୍ଟ୍ପେଡ୍ ଏବଂ ପ୍ରି-ପେଡ୍ ଟୁ-ଜି ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଆରମ୍ଭ ହୋଇଛି। କିନ୍ତୁ, ଏଥିରେ କେତେକ କଟକଣା ଲାଗୁ କରାଯାଇଛି। କେବଳ କେତେକ ବିଶ୍ୱସ୍ତ େଓ୍ଵବ୍ସାଇଟ୍ ପାଇଁ ଇଣ୍ଟର୍ନେଟ୍ ଉନ୍ମୁକ୍ତ ରଖାଯାଇଥିଲେ ବି ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମଗୁଡ଼ିକୁ ପୂର୍ବପରି ବନ୍ଦ ରଖାଯାଇଛି।
ଜମ୍ମୁ ଓ କଶ୍ମୀର ପ୍ରଶାସନର ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଜାନୁଆରି ୨୫ ତାରିଖରୁ ମୋବାଇଲ୍ ଫୋନ୍ ପାଇଁ ଟୁ-ଜି ସ୍ପିଡ୍ ଇଣ୍ଟର୍ନେଟ୍ ପୁଣି ଉନ୍ମୁକ୍ତ କରାଯିବ।
ଏହି ୨୦ଟି ଜିଲ୍ଲାର ବାସିନ୍ଦାମାନଙ୍କ ପ୍ରତି ଜମ୍ମୁ ଓ କଶ୍ମୀର ପ୍ରଶାସନ ଦ୍ୱାରା ଅନୁମୋଦିତ କେବଳ ୩୦୧ଟି େଓ୍ଵବ୍ସାଇଟ୍ ଉନ୍ମୁକ୍ତ ରହିବ। ଉଭୟ ପ୍ରିପେଡ୍ ଓ ପୋଷ୍ଟ୍ପେଡ୍ ସିମ୍ କାର୍ଡରେ ଇଣ୍ଟର୍ନେଟ୍ ସେବା ଉପଲବ୍ଧ ହେବ।
/sambad/media/post_attachments/wp-content/uploads/2020/01/net-1-300x169.jpg)
ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଏସ୍ଏସ୍ପିମାନେ ସମ୍ମତି ଦେବା ପରେ ଯାଇ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିନିମନ୍ତେ ଶୀତକାଳୀନ ରାଜଧାନୀ ଜମ୍ମୁରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ଜମ୍ମୁ ଓ କଶ୍ମୀରର ଗୃହସଚିବ ବିଜ୍ଞପ୍ତି ଜାରି କରିଥିଲେ।
ଗତ ଦୁଇ ସପ୍ତାହ ତଳୁ କଶ୍ମୀରର କେତେକ ସରକାରୀ ଅଫିସ୍, ଡାକ୍ତରଖାନା ଏବଂ ହୋଟେଲ୍ଗୁଡ଼ିକରେ ବ୍ରଡ୍ବ୍ୟାଣ୍ଡ୍ ସେବା ଆରମ୍ଭ ହୋଇଥିଲା। ଗତ ସପ୍ତାହରେ କଶ୍ମୀରର କୁପଓ୍ଵାଡ଼ା ଏବଂ ବାରମୂଳା ଜିଲ୍ଲାରେ ମନ୍ଥର ବେଗର ଟୁ-ଜି ମୋବାଇଲ୍ ଇଣ୍ଟର୍ନେଟ୍ ପୁଣି ଥରେ ଚାଲୁ କରାଯାଇଥିଲା।