ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ମାମଲା ଚିହ୍ନଟ

ଚେନ୍ନାଇ: ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ବିଏ.୪ର ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତକାଲି ହାଇଦ୍ରାବାଦରେ ପ୍ରଥମ ମାମଲା ଚିହ୍ନଟ କରାଯାଇଥିବାବେଳେ ଆଜି ଦ୍ଵିତୀୟ ମାମଲା ତାମିଲନାଡୁର ଚେନ୍ନାଇରୁ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ଯେ ରାଜ୍ୟରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ବିଏ.୪ର ଗୋଟିଏ ମାମଲା ନିଶ୍ଚିତ ହୋଇଛି। ଆକ୍ରାନ୍ତ ବ୍ୟକ୍ତି ତାମିଲନାଡୁର ଚେନ୍ନାଇଠାରୁ ୩୦ କିଲୋମିଟର ଦୂର ନାଭାଲୁରର ବାସିନ୍ଦା ବୋଲି ଜଣାପଡିଛି ।

ସେହିପରି ବିଏ.୪ର ପ୍ରଥମ ମାମଲା ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିବା ବ୍ୟକ୍ତି କାହା କାହା ସମ୍ପର୍କରେ ଆସିଥିଲେ ସେନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ବର୍ତ୍ତମାନ ସେ ସଙ୍ଗରୋଧରେ ଥିବାବେଳେ ମେ ୯ ରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଏ.୪ ସବ-ଭାରିଆଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା । ସେହିପରି ବିଏ.୫ ସବ-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏହା ପରେ ଏହି ଦୁଇଟି ସବ-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢିଚାଲିଥିବା ସଂକ୍ରମଣ ପଛରେ ଏହି ଦୁଇଟି ସବ-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର