ଶୁକ୍ରବାର ୨ୟ ପର୍ଯ୍ୟାୟ ଭୋଟ, ୧୩ ରାଜ୍ୟରେ ୮୮ ଆସନରେ ହେବ ଭୋଟଗ୍ରହଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । କିନ୍ତୁ ପ୍ରଥମ ପର୍ଯ୍ୟାୟ ପରି ଏହି ପର୍ଯ୍ୟାୟରେ ବି ଭୋଟରମାନେ ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇପାରନ୍ତି । ଏହା ମତଦାନ ହାରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ଦ୍ବିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ହେବ। କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ କର୍ଣ୍ଣାଟକର ୨୮ଟି ଆସନରୁ ୧୪ଟି, ରାଜସ୍ଥାନର ୧୩ଟି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୮ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶର ୬ଟି, ଆସାମ ଓ ବିହାରର ୫ଟି ଲେଖାଏଁ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ।

ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ନିର୍ବାଚନ ହେଉଥିବା ରାଜ୍ୟ ସମେତ ଦେଶର ଆଉ କେତେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳପାଇଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଓ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଏବଂ ବିହାର ଓ କର୍ଣ୍ଣାଟକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର