ପିଏମ୍ କିଷାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ, ରାଜ୍ୟକୁ ହିତାଧିକାରୀଙ୍କ ତାଲିକା ମାଗିଲା କେନ୍ଦ୍ର
ନୂଆଦିଲ୍ଳୀ: ରାଜ୍ୟ ସରକାରଙ୍କୁ ଚାଷୀଙ୍କ ତାଲିକା ମାଗିଲା କେନ୍ଦ୍ର। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ଏକ ତାଲିକା ଆଜି କେନ୍ଦ୍ର ସରକାର ରାଜ୍ୟକୁ ମାଗିଛନ୍ତି। ପିଏମ କିଷାନ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ପାଇଁ କେନ୍ଦ୍ର ତାଲିକା ମାଗିଛି। ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ୧୨ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି ରାଜ୍ୟ ସରକାର। ଏଥିରୁ ମୋଟ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର୍ଯ୍ୟାୟ ଟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇଁ ଓକିଲ, ଚାକିରିଆ ଓ ରାଜନେତାଙ୍କୁ ବାଦ ଦେଇ ଜୁଲାଇ ୩୧ ସୁଦ୍ଧା ତାଲିକା ଦେବାପାଇଁ କେନ୍ଦ୍ର ସରକାର କହିଛନ୍ତି। ଚୂଡ଼ାନ୍ତ ତାଲିକା ପାଇଁ ଏବେ ସଂଶୋଧନ ଜାରି ରହିଛି। ଖୁବ ଶୀଘ୍ର କେନ୍ଦ୍ର ନିକଟକୁ ତାଲିକା ପଠାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ତେବେ ପିଏମ କିଷାନ ଯୋଜନାରେ ବଡ଼ ଚାଷୀଙ୍କୁ ସାମିଲ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଯୋଜନାରେ ବଡ଼ ଚାଷୀଙ୍କୁ ସାମିଲ କରାଯିବାକୁ ଏବେ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ରହିଛି ବୋଲି ଅରୁଣ କହିଛନ୍ତି।
ସେପଟେ ତୁରନ୍ତ ରାଜ୍ୟ ସରକାରଙ୍କୁ ଚାଷୀଙ୍କ ତାଲିକା ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ବିଜେପି। ନାମ ମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ତାଲିକା ଦେଲେ ଚାଷୀଙ୍କ ହିତ ହୋଇପାରିବ। ପିଏମ କିଷାନ ଯୋଜନାକୁ ରାଜନୀତି ଊର୍ଧ୍ୱରେ ରଖି ତାଲିକା ଦିଆଯାଉ ବୋଲି ବିଜେପି କହିଛି।