ଶେଷହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ : ପଶ୍ଚିମବଙ୍ଗରେ ୮୦%, ଆସାମରେ ୭୫% ମତଦାନ

ନିର୍ବାଚନ ଶାନ୍ତିପୂର୍ଣ୍ଣ ବୋଲି ନିର୍ବାଚନ ଆୟୋଗଙ୍କ ଦାବି

କୋଲକତା :  ଆଜି ପଶ୍ଚିମବଙ୍ଗ ଓ ଆସାମରେ ହୋଇଥିବା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସଂଧ୍ୟା ୭ଟା ବେଳେ ଶେଷ ହୋଇଛି ବୋଲି ନିର୍ବାଚନ ଆୟୋଗ କହିଛି ।

ମୋଟ ୬୯ଟି ନିର୍ବାଚନ ମଣ୍ଡଳୀରେ ଥିବା ୨୧,୨୧୨ଟି ବୁଥରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି ବୋଲି ଆୟୋଗ କହିଛି । ଏହା ମଧ୍ୟରୁ ଆସାମର ୩୯ଟି ଆସନ ଥିବାବେଳେ ପଶ୍ଚିମବଙ୍ଗର ୩୦ଟି ଆସନ ରହିଛି । ସଂଧ୍ୟା ୬ଟା ସୁଦ୍ଧା ଆସାମରେ ୭୪.୭୯ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୮୦.୪୩ ପ୍ରତିଶତ ମତଦାନ ହୋଇଛି ।

ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିଲା ବୋଲି କୁହାଯାଉଥିବାବେଳେ ପଶ୍ଚିମବଙ୍ଗରେ ଉଭୟ ବିଜେପି ଓ ଟିଏମସି ପରସ୍ପର ଉପରେ ହିଂସାକାଣ୍ଡ ଓ ବୁଥ ଦଖଲ ଅଭିଯୋଗ ଆଣିଛନ୍ତି । ବିଶେଷକରି ନନ୍ଦିଗ୍ରାମରେ ହିଂସାକାଣ୍ଡ ହୋଇଥିବା ଉଭୟ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମର ବିଭିନ୍ନ ବୁଥ ବୁଲିବା ସହ ବିଜେପି ହିଂସାକାଣ୍ଡ କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ସେ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛନ୍ତି । ନନ୍ଦିଗ୍ରାମରେ ମମତାଙ୍କ ଲଢେଇ କରୁଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ।

 

ସମ୍ବନ୍ଧିତ ଖବର