ପାର୍ବତ୍ୟ ଅଞ୍ଚଳ ଲାଗି ସ୍ୱତନ୍ତ୍ର ଯୁଦ୍ଧ ଟ୍ୟାଙ୍କ ଖରିଦ କରିବ ଭାରତ

ନୂଆଦିଲ୍ଲୀ : ଲଦାଖର କେତେକ ଅଞ୍ଚଳରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଉତ୍ତେଜନା ଜାରି ରହିଛି । ଏହାର କାରଣ ହେଉଛି ଚୀନ ସେନା କେତେକ ବିବାଦୀୟ ଅଞ୍ଚଳରୁ ଏବେବି ପଛକୁ ହଟିନାହିଁ । ଏହାକୁ ନେଇ ଦୁଇ ଗଦେଶ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନାହିଁ । ସୀମା ସେପଟେ ଚୀନ ଯେପରି ନିଜର ଶକ୍ତି ବଢାଇଚାଲିଛି, ତାହାକୁ ଦେଖି ଭାରତୀୟ ସେନା ମଧ୍ୟ ନିଜର ଶକ୍ତି ବଢାଇଚାଲିଛି । ଏଥିପାଇଁ ଲଦାଖ ଓ ଅନ୍ୟ ଚୀନ ସୀମାରେ ନିଜର ଟ୍ୟାଙ୍କ ରେଜିମେଣ୍ଟ ମୁତୟନ କରିଛି ଭାରତ ।
ଆଗାମୀ ବର୍ଷମାନଙ୍କରେ ଚୀନର ଭାରତ ବିରୋଧୀ ମନୋଭାବ ବଦଳିବାର ସମ୍ଭାବନା କମ ଥିବାରୁ ନିଜ ଟ୍ୟାଙ୍କ ରେଜିମେଣ୍ଟର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି ଭରତ ।
ସରକାରଙ୍କ ଯୋଜନା ଅନୁସାରେ ଲଦାଖ ଓ ଅନ୍ୟ ହିମାଳୟ ପାର୍ବତ୍ୟାଞ୍ଚଳ ପରି ଦୁର୍ଗମ ଅଞ୍ଚଳରେ ଖାପଖୁଆଇବା ଭଳି ଟ୍ୟାଙ୍କ ଖରିଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତିବ୍ଦତରେ ଚୀନ ନିଜର ଟାଇପ-୧୫ ଟ୍ୟାଙ୍କ ମୁତୟନ କରିଛି ଯାହାକୁ ପାର୍ବତ୍ୟାଞ୍ଚଳ ପାଇଁ ସବୁଠୁ ଭଲ ଟ୍ୟାଙ୍କ ବୋଲି କୁହାଯାଏ । ଏହାର ମୁକାବିଲା ପାଇଁ ଭାରତ ଋଷିଆରୁ ଅତ୍ୟାଧୁନିକ ୨ଏସ୨୫ ସ୍ପ୍ରଟ-ଏସଡି ହାଲକା ଟ୍ୟାଙ୍କ ଖରିଦ କରିବାକୁ ବିଚାର କରୁଛି । ଏହି ଟ୍ୟାଙ୍କଟି ପାର୍ବତ୍ୟ ଅଞ୍ଚଳ ପାଇଁ ଉପଯୁକ୍ତ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର