ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଦୁଃଖଦ ଦୁର୍ଘଟଣାର ସାମ୍ନାକୁ ଆସିଛି। ଏଠାରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଦୁଇ ବର୍ଷର ଶିଶୁ ଫୁଟୁଥିବା ତେଲ କଢ଼େଇରେ ପଡ଼ିଯାଇଥିଲା। ତୁରନ୍ତ ଶିଶୁକୁ ଗରମ କଢ଼େଇରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।
ଅଧିକପଢ଼ନ୍ତୁ:ଟ୍ରମ୍ପ ମେକ୍ସିକୋ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଲେ
ପୁଲିସ ସୂତ୍ରରୁ ପ୍ରକାଶ, ସୋମବାର ରାତିରେ ନିଶାତପୁରା ପୁଲିସ ଷ୍ଟେସନ ଅଞ୍ଚଳରେ ଶିଶୁ ତାଙ୍କ ପରିବାର ସହିତ ତାର ବଡ଼ ବାପାଙ୍କ ପୁଅର ନିର୍ବନ୍ଧରେ ଯୋଗଦେବା ପାଇଁ ଯାଇଥିଲା। ଏହି ସମୟରେ ଶିଶୁ ଜଣକ ଖେଳୁଥିବା ବେଳେ ବାପା ରାଜେଶ ସାହୁ ଓ ମା’ ଅନ୍ୟ ପରିବାର ସଦସ୍ୟଙ୍କ ସହ ମିଶି ଖାଇବାାକୁ ବସି ଯାଇଥିଲେ। ବାପା ଓ ମା’ ଖାଉଥିବା ବେଳେ ଶିଶୁ ଜଣକ ଗରମ ତେଲ କଢ଼େଇ ଆଡକୁ ଦୌଡ଼ି ଯାଇଥିଲା। ଅସାବଧାନତାବଶତଃ ସେ ଗରମ କଢ଼େଇରେ ପଡ଼ିଯାଇଥିଲା।
ଅଧିକପଢ଼ନ୍ତୁ:ଫୁଟିଥିଲେ ଅଘଟଣ ଘଟିଥାନ୍ତା! ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ ଯବାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/23/BEheA8ExIzniKB6EEbM7.jpg)