ଜାନୁଆରି ୧ରେ ବିଶ୍ବବ୍ୟାପୀ ୩.୭ ଲକ୍ଷ ଶିଶୁ ଜନ୍ମ, ଭାରତରେ ୬୦ ହଜାର

ନ୍ୟୁୟର୍କ : ନୂଆବର୍ଷ ଦିନ ବିଶ୍ବବ୍ୟାପୀ ୩,୭୧,୫୦୪ ଜଣ ଶିଶୁ ଜନ୍ମ ନେବେ ଏବଂ ଭାରତରେ ୬୦ ହଜାର ଶିଶୁ ଜନ୍ମ ହେବେ ବୋଲି ୟୁନିସେଫ୍‌ ଦ୍ବାରା ଆକଳନ କରାଯାଇଛି। ପ୍ରଶାନ୍ତ କ୍ଷେତ୍ରର ଫିଜି ୨୦୨୧ ବର୍ଷର ପ୍ରଥମ ଶିଶୁକୁ ସ୍ବାଗତ କରିବାକୁ ଥିବା ବେଳେ ଆମେରିକା ଶେଷ ଶିଶୁକୁ ସ୍ବାଗତ କରିବ। ବୈଶ୍ବିକ ସ୍ତରରେ ନୂଆବର୍ଷର ପ୍ରଥମ ଦିନ ଜନ୍ମ ହେବାକୁ ଥିବା ଶିଶୁଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶିଶୁ ୧୦ଟି ଦେଶରେ ଜନ୍ମ ହେବେ।

ସମ୍ବନ୍ଧିତ ଖବର