ସୁରଟ: ଗୁଜରାଟର ସୁରଟରେ ଗତରାତି ୧୨ଟା ୫୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୮ ରହିଥିବା ବେଳେ ଏହାର କେନ୍ଦ୍ର ସୁରଟଠାରୁ ୨୭ କିମି ଦୂରରେ ରହିଥିଲା। ଝଟ୍କା ଅନୁଭୂତ ହେବାମାତ୍ରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକେ ରାସ୍ତାକୁ ଦୌଡ଼ିଥିଲେ। ସୂଚନାଯୋଗ୍ୟ, ଚଳିତ ଜାନୁଆରି ପ୍ରଥମ ସପ୍ତାହରେ ଗୁଜରାଟର କଚ୍ଛ ସମେତ ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ତିନି ଦିନ ତଳେ ସୌରାଷ୍ଟ୍ରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp