ଜୁମ୍ ମିଟିଂ ପରେ ଦିଶା, ଶାନ୍ତନୁ ଏବଂ ନିକିତା ଟୁଲକିଟ ତିଆରି କରି ଗ୍ରେଟାଙ୍କୁ ପଠାଇଥିଲେ : ଦିଲ୍ଲୀ ପୁଲିସ

ବେଙ୍ଗାଲୁରୁ : ନୂତନ କୃଷି ଆଇନକୁ ବିରୋଧ କରି ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଟୁଇଟ କରିଥିବା ଟୁଲକିଟର ସମ୍ପାଦନା କରିଥିବାରୁ ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବି(୨୧)ଙ୍କୁ ଦିଲ୍ଲୀ ପୁଲିସ ଶନିବାର ଗିରଫ କରିଥିଲା। ପ୍ରଥମେ ଟୁଲକିଟ ସମ୍ପାଦନା କରିବାରେ କେବଳ ଦିଶା ରବି ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ସହ ଆଉ ଦୁଇ ଜଣ ସାମିଲ ଥିଲେ ବୋଲି ଜଣାପଡ଼ିଛି। ୩ ଜଣ ମିଶି ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ରାଲିକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଯୋଜନା କରିଥିଲେ ଏବଂ ଜୁମ୍ ମିଟିଂ କରି ଏବିଷୟରେ ଆଲୋଚନା କରିଥିବା କହିଛି ଦିଲ୍ଲୀ ପୁଲିସ।

ଦିଶାଙ୍କ ଗିରଫକୁ ନେଇ ଅନେକ ସେଲିବ୍ରିଟି ଏବଂ ରାଜନେତା ଦିଲ୍ଲୀ ପୁଲିସକୁ ସମାଲୋଚନା କରିବା ପରେ ଆଜି ଦିଲ୍ଲୀ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛି । ଟୁଲକିଟ ସମ୍ପାଦନା କରିବାରେ ଦିଶାଙ୍କ ସହ ନିକିତା ଜାକୋବ ଏବଂ ଶାନ୍ତନୁ ମୁଲୁକ ସାମିଲ ଥିଲେ। ସେମାନଙ୍କ ବିରୋଧରେ ୱାରେଣ୍ଟ ବାହାରି ସାରିଥିବା ବେଳେ ଚାର୍ଜସିଟ୍ ମଧ୍ୟ ହୋଇସାରିଛି, ଯାହା ଜାମିନଯୋଗ୍ୟ ନୁହେଁ ବୋଲି କହିଛି ପୁଲିସ। ଅନ୍ୟପକ୍ଷରେ ଚାରି ସପ୍ତାହ ପର୍ଯ୍ୟନ୍ତ ଗିରଫଦାରୀରୁ ସୁରକ୍ଷା ପାଇଁ ନିକିତା ବମ୍ବେ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।

3 Activists, Others Had A Zoom Call Ahead Of Republic Day Violence: Cops
ndtv

ଦିଲ୍ଲୀ  ପୁଲିସ ଆହୁରି ମଧ୍ୟ କହିଛି ଯେ, କାନାଡାର ଜଣେ ମହିଳା ପୁନିତ, ନିକିତା ଯାଦବ, ଦିଶା ରବି ଏବଂ ଶାନ୍ତନୁଙ୍କୁ ପୋଏଟିକ ଜଷ୍ଟିସ ଫାଉଣ୍ଡେସନ ସହ ଯୋଗାଯୋଗ କରାଇଥିଲେ। ଜାନୁଆରି ୧୧ରେ ସେମାନଙ୍କର ଏକ ଜୁମ୍ ମିଟିଂ ହୋଇଥିଲା। ପରେ ନିକିତା ଯାଦବ, ଦିଶା ରବି ଏବଂ ଶାନ୍ତନୁ ଟୁଲକିଟ ତିଆରି କରି ଏହାକୁ ଗ୍ରେଟାଙ୍କୁ ପଠାଇଥିଲେ।

ସମ୍ବନ୍ଧିତ ଖବର