ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଫସିଲେ: ତିନି ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୁଲିସ

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ “ପାକିସ୍ତାନ ଜିନ୍ଦାବାଦ” ସ୍ଲୋଗାନ ଦେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ବେଙ୍ଗାଲୁରୁ ପୁଲିସ ନ୍ୟୁ ହୋରିଜନ୍ କଲେଜ ଅଫ୍ ଇଞ୍ଜିନିୟରିଂର ତିନି ଜଣ ଛାତ୍ରଙ୍କୁ ଗିରଫ କରିଛି। ତେବେ କଲେଜ ପ୍ରଶାସନ ମଧ୍ୟ ଏହି ଛାତ୍ରମାନଙ୍କୁ ନିଲମ୍ବନ କରିଛି | ତେବେ ଗିରଫ ଛାତ୍ରମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ ସେମାନଙ୍କୁ ଏବେ ଜାମିନ ମିଳିଛି | ଜାମିନ ମଂଜୁର ପରେ ପୁଲିସ କହିଛି ଯେ ଛାତ୍ରମାନେ ଏହା ଉଦ୍ଦେଶ୍ୟମୂଳକ ଭାବେ କରିନାହାଁନ୍ତି। ନଭେମ୍ବର ୨୫-୨୬ ରେ ନ୍ୟୁ ହୋରିଜନ୍ କଲେଜ ଅଫ୍ ଇଞ୍ଜିନିୟରିଂରେ ଏକ ଅନ୍ତଃ- କଲେଜ ଫେଷ୍ଟ ଆୟୋଜନ କରିବାକୁ ଛାତ୍ରମାନେ ଏକତ୍ର ହୋଇଥିଲେ | ଏହି ସମୟରେ କିଛି ଛାତ୍ର ସେମାନଙ୍କ ପ୍ରିୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଏବଂ ଦେଶର ନାମ କହିଥିଲେ |

ତେବେ ତିନିଜଣ ଛାତ୍ର ଆର୍ଯ୍ୟନ୍, ଦିନକର ଏବଂ ରିୟା ପାକିସ୍ତାନ ଜିନ୍ଦାବାଦ ବୋଲି କହିଥିଲେ | ଆଉ ଭାଇରାଲ ହୋଇଥିବା ଭିଡିଓରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ। ପୁଲିସ କହିଛି, ଯେ “ଛାତ୍ରମାନେ ମଜା କରିବା ପାଇଁ ସ୍ଲୋଗାନ ଦେଇଥିଲେ। ସେମାନଙ୍କୁ ଜାମିନ ମିଳିଯାଇଛି ଏବଂ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଦଙ୍ଗା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମରାଠାଲୀ ପୁଲିସ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। କଲେଜ ପ୍ରଶାସନ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଡକାଇ ସେମାନଙ୍କୁ ତିନିଜଣଙ୍କୁ ନିଲମ୍ବିତ କରାଯାଇଥିବା କହିଥିଲେ। ପୁଲିସ ଡେପୁଟି କମିଶନର କହିଛନ୍ତି, “ଭିଡିଓଟି ଜଣେ ଅଭିଯୁକ୍ତ ଛାତ୍ରଙ୍କ ବନ୍ଧୁଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। କଲେଜ ପ୍ରଶାସନ ତାଙ୍କୁ ନିଲମ୍ବନ କରି ଆମ ନିକଟରେ ଅଭିଯୋଗ କରିଥିଲେ। ଆମେ ପ୍ରଥମେ ତାଙ୍କୁ ଗିରଫ କରିଥିଲୁ ଓ ପରେ ତାଙ୍କୁ ମୁକ୍ତ କରାଯାଇଥିଲା’।

ସମ୍ବନ୍ଧିତ ଖବର