ଫିଲ୍ମ ଦେଖି ଚୋରି କରିବାକୁ ଉଦ୍ୟମ. ଧରାପଡ଼ିଲେ ନକଲି ସିବିଆଇ ଅଧିକାରୀ

ମୁଜାଫରନଗର: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ ୨୬’ରେ ନକଲି ସିବିଆଇ ଅଧିକାରୀ ଚଢ଼ାଉ କରୁଥିବାର ଦେଖିବାକୁ ମିଳିଥିଲା | ତେବେ ଏହି ଫିଲ୍ମକୁ ଦେଖି ଚୋରି କରିବାକୁ ଉଦ୍ୟମ କରୁଥିବା ତିନିଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି | ଗିରଫ ହୋଇଥିବା ଅଭିଯୁକ୍ତ ତ୍ରିବିନ୍ଦର ସିଂ ନିଜକୁ ସିବିଆଇ ଅଫିସର କହି ଜଣକ ଘରେ ଚଢ଼ାଉ କରିଥିଲେ |

ପୁଲିସ ତ୍ରିବିନ୍ଦରଙ୍କୁ ଏବେ ପଚରାଉଚୁରା କରୁଛି | ମିଳିଥିବା ସୂଚନା ମୁତାବକ ‘ସ୍ପେଶାଲ ୨୬’ ଫିଲ୍ମ ମୁତାବକ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଅଭିଯୁକ୍ତ | ନିଜକୁ ସିବିଆଇ ଅଫିସର କହି ଦୁଇ ଜଣ କନେଷ୍ଟବଳଙ୍କୁ ବୋକା ବନାଇ ରେଡ କରିବାକୁ ଯାଇଥିଲା | ମୁହଁରେ ନକଲି ଦାଢ଼ି ଲଗାଇ ରେଡ କରିବାକୁ ଯାଇଥିବା ସମୟରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ |

ପରେ ଲୋକମାନେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ | ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତ୍ରିବିନ୍ଦର ସମେତ ଦୁଇ କନେଷ୍ଟବଳଙ୍କୁ ମଧ୍ୟ ଗିରଫ କରିଛି | ପୁଲିସ ଏମାନଙ୍କ ପାଖରୁ ନକଲି ପରିଚୟ ପତ୍ର ସାଙ୍ଗକୁ ଅନ୍ୟ କିଛି କାଗଜପତ୍ର ଜବତ କରି ଏବେ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର