ପଠାନକୋଟ: ପଞ୍ଜାବ ପୁଲିସ ପଠାନକୋଟରେ ଭାରତୀୟ କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାର ପର୍ଦାଫାଶ କରିଛି । ବୁଧବାର ଦିନ ପଞ୍ଜାବ ପୁଲିସ ଏହି ହତ୍ୟା ମାମଲାରେ ସମ୍ପୃ୍କ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୩ଜଣ ଅଭିଯୁକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଦସ୍ୟ ଥିବା ଜଣାପଡ଼ିଛି। ଏହି ମାମଲାରେ ଆହୁରି ୧୧ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ସୂଚନାଯୋଗ୍ୟ, ଅଗଷ୍ଟ ୧୯ ତାରିଖ ରାତିରେ ରାଇନାଙ୍କ ସମ୍ପର୍କୀୟଙ୍କ ଘରେ ହମଲା ହୋଇଥିଲା । ସେତେବେଳେ ପୂରା ପରିବାର ଘର ଛାତ ଉପରେ ଶୋଇଥିଲେ ।  କିଛି ଦୁର୍ବୁତ୍ତ ଲୁଟ ଉଦ୍ୟମ କରି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରାଇନାଙ୍କ ପିଉସୀ ଗୁରୁତର ଆହତ ହୋଇଥିବା ବେଳେ ପିଉସା ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ରାଇନା ଟ୍ୟାଗ କରି ଲେଖିଥିଲେ ଯେ, ସେଦିନ ରାତିରେ କ’ଣ ଘଟିଥିଲା ଆମେ ଜାଣିନୁ କି କିଏ ଏହି ହତ୍ୟାକାଣ୍ଡ ଘଟାଇଥିଲା ତାହା ମଧ୍ୟ ଜାଣିନାହୁଁ ? ପଞ୍ଜାବ ପୁଲିସ ଏହି ମାମଲାର ତଦନ୍ତ କରୁ ବୋଲି ସୁରେଶ ରାଇନା ଅନୁରୋଧ କରିଥିଲେ ।

Suresh Raina relatives murder: Three arrested for murder of Suresh Raina's relatives in Punjab, former cricketer thanks CM for support | Cricket News Times Now

ଏହି ହତ୍ୟା ମାମଲାରେ ସମ୍ପୃ୍କ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପରେ ପଞ୍ଜାବ ପୁଲିସ ବହୁତ ଭଲ କାମ କରୁଛି ବୋଲି କହିବା ସହିତ ସାହାଯ୍ୟ ପାଇଁ ରାଇନା ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି ।