ନୂଆଦିଲ୍ଲୀ: ରବିବାର ରାତିରେ ବିହାରର ବୋଧଗୟାରେ ଆୟୋଜିତ ‘ହୋଲିକା ଦହନ’ ଉତ୍ସବରେ ଗୋଟାଏ ପରିବାରର ୩ ଜଣ ପିଲା ପୋଡ଼ିହୋଇ ମରିଛନ୍ତି।
ହୋଲି ପୂର୍ବ ସନ୍ଧ୍ୟାରେ ଜଳା ଯାଉଥିବା କାଠଗଡ଼ ଉପରକୁ ନଡ଼ା ବିଡ଼ା ଫିଙ୍ଗୁଥିବା ଦଳେ ଲୋକଙ୍କ ଗହଣରେ ଏହି ପିଲାମାନେ ଥିଲେ। ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ୩ ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଡ଼ାଏ ନଡ଼ା ଗାଁ ପଡ଼ିଆରେ ଥିବା ଶୁଖିଲା ଘାସରେ ପଡ଼ିଯାଇଥିଲା। ତତ୍କ୍ଷଣାତ୍ ସେଥିରେ ନିଆଁ ଲାଗିଯିବାରୁ ପିଲାମାନେ ନିଆଁ ଘେରରେ ରହିଯାଇଥିଲେ।
Image Courtesy of Indiaପୁଲିସ କହିବା ଅନୁସାରେ, ପରିବାର ଲୋକେ ଏ ସଂକ୍ରାନ୍ତରେ କାହାରି ବିରୋଧରେ କୌଣସି ଅଭିଯୋଗ ନ କରି ମୃତ ପିଲାମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ସନ୍ଧ୍ୟାରେ ସମଗ୍ର ଦେଶରେ ଲୋକେ ହୋଲିକା ଦହନ ଆୟୋଜନ କରିଥିଲେ। କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ, ଏଥର ଜାକଜମକରେ ହୋଲି ପାଳନ ହେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ସ-168.jpg)