ନୂଆଦିଲ୍ଲୀ: ମହାରାଷ୍ଟ୍ରର ଇଗତ୍ପୁରୀ ରେଳବାଇ ଷ୍ଟେସନ୍ ନିକଟରେ ରବିବାର ପାହାନ୍ତା ପୂର୍ବରୁ ହାଓ୍ଵଡ଼ା ମେଲ୍ ଟ୍ରେନ୍ର ତିନିଟି କୋଚ୍ ଧାରଣାଚ୍ୟୁତ ହୋଇଛି। ଦୁର୍ଘଟନାର ଖବର ମିଳିବା ପରେ ପରେ ପରିସ୍ଥିତି ସହ ମୁକାବିଲା କରିବାକୁ ନିରାପତ୍ତା ବଳ ତୁରନ୍ତ ସେ ସ୍ଥାନକୁ ଧାଇଁ ଯାଇଛନ୍ତି।
ଧାରଣାଚ୍ୟୁତିର ପ୍ରକୃତ କାରଣ ଜଣାପଡ଼ିନାହିଁ। କିନ୍ତୁ, ସେଣ୍ଟ୍ରାଲ୍ ରେଲ୍େଓ୍ଵ’ର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୁନୀଲ ଉଦାସୀ କହିଛନ୍ତି ରବିବାର ରାତି ୨. ୦୫ ସମୟରେ ନାଗପୁର ଦେଇ ଯାଉଥିବା ମୁମ୍ବାଇ-ହାଓ୍ଵଡ଼ା ମେଲ୍ ଇଗତ୍ପୁରୀ ନିକଟରେ ଧାରଣାଚ୍ୟୁତ ହୋଇଛି। ଦୁର୍ଘଟନାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି କୁହାଯାଉଛି।
ଟ୍ରେନ୍ର କୋଚ୍ ଏସ୍-୧୨, ଏସ୍-୧୩ ଏବଂ ପ୍ୟାଣ୍ଟ୍ରି କାର୍ ଧାରଣାଚ୍ୟୁତ ହୋଇଛି। କିଛି ସମୟ ପାଇଁ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲେ ହେଁ ଖୁବ୍ ଶୀଘ୍ର ଏହା ପୂର୍ବାବସ୍ଥାକୁ ଫେରି ଯିବ। ସମ୍ପୃକ୍ତ ଲାଇନ୍ ପ୍ରଭାବିତ ହୋଇଥିବା କାରଣରୁ ପ୍ରାଥମିକ ଭାବେ ସାତଟି ଟ୍ରେନ୍ର ପଥ ପରିବର୍ତ୍ତନ କରାଯାଇଛି। ୧୨ଟି ଟ୍ରେନ୍ର ରୁଟ୍ ବାତିଲ କରାଯାଇଛି।