କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗର ହାୱଡ଼ା ନିକଟରେ ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏହି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ଟି କୋଲକାତାରୁ ୪୦ କିଲୋମିଟର୍ ଦୂରରେ ଥିବା ନାଲପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏନେଇ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ କହିଛି, "ପାର୍ସଲ୍ ଭ୍ୟାନ୍ ଏବଂ ୨୨୮୫୦ ସିକନ୍ଦରାବାଦ୍-ସାଲିମାର୍ ସାପ୍ତାହିକ ଏକ୍ସପ୍ରେସର ଦୁଇଟି କୋଚ୍ ଖରାଗପୁର ଡିଭିଜନର ନାଲପୁର ଷ୍ଟେସନ ଦେଇ ଯାଉଥିବା ବେଳେ ଆଜି ସକାଳ ୫.୩୧ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଛି ରେଳ ବିଭାଗ। ଏହି ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଏକ ଟ୍ରେନ୍ ଓ ଡାକ୍ତରୀ ସୁବିଧା ପହଞ୍ଚା ଯାଇଛି। ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ଛାଡ଼ିବା ପାଇଁ ବସ୍ ବି ଯୋଗାଡ଼ କରାଯାଇଛି।