ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ପାଇଁ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ଡୋଭାଲଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଓ ୨ କମାଣ୍ଡାଣ୍ଟଙ୍କୁ ବଦଳି କରାଯାଇଛି ।

ଗତ ଫେବ୍ରୁଆରି ୧୬ରେ ଦିଲ୍ଲୀସ୍ଥିତ ଡୋଭାଲଙ୍କ ସରକାରୀ ବାସଭବନରେ ଜଣେ ବ୍ୟକ୍ତି ଅନୁପ୍ରବେଶ ଉଦ୍ୟମ କରିବା ବେଳେ ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିଲା । ତାକୁ ଦିଲ୍ଲୀପୁଲିସ ଗିରଫ କରିଥିଲା ।

ଶାନ୍ତନୁ ରେଡ୍ଡି ଉକ୍ତ ବ୍ୟକ୍ତି ଏକ ଏସୟୁଭି ଚଳାଇ ଡୋଭାଲଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରିଥିଲା । ଜେରାବେଳେ ସେ କହିଥିଲା ଯେ, ତା ଭିତରେ ଜଣେ କେହି ‘ଚିପ୍‌’ଟାଏ ଲଗାଇ ତାଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏମଆରଆଇ ସ୍କାନରେ ତା ଶରୀରରେ କୌଣସି ଚିପ୍ ନଥିବା ଜଣାପଡ଼ିଥିଲା । ତେବେ ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଅଜିତ ଡୋଭାଲଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି । ତାଙ୍କ ସୁରକ୍ଷାରେ ମୋଟ ୫୮ ଜଣ କମାଣ୍ଡୋ ସାମିଲ ରହିଥାନ୍ତି ।