ରାଞ୍ଚି: ପଶ୍ଚିମବଙ୍ଗ ପୁଲିସ ଶନିବାର ବିଶେଷ ସୂତ୍ରରୁ ଖବର ପାଇ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ଟଙ୍କାଭର୍ତ୍ତି କାର୍ ସହ ଧରିଛି। ସେମାନଙ୍କୁ ଏବେ ପୁଲିସ ପକ୍ଷରୁ ଉକ୍ତ ଟଙ୍କା ବାବଦରେ ପଚରାଉଚରା କରାଯାଉଛି। ବିଧାୟକମାନଙ୍କ ଗାଡ଼ିଟିକୁ ହାଓଡ଼ାରେ ଅଟକାଯାଇଥିଲା। ରୁରାଲ ହାଓଡ଼ା ଏସ୍ପି ସ୍ବାତୀ ଭାଙ୍ଗାଲିଆଙ୍କ କହିବା ଅନୁସାରେ ସେମାନେ ବିଶେଷ ସୂତ୍ରରୁ ଖବର ପାଇ ହାଓଡ଼ାରେ ଗାଡ଼ିକୁ ଅଟକାଇଥିଲେ। କାର୍ରେ ଝାଡ଼ଖଣ୍ଡର ତିନିଜଣ କଂଗ୍ରେସ ବିଧାୟକ ଥିଲେ ଏବଂ ବିପୁଳ ପରିମାଣର ଟଙ୍କା ଥିଲା। ଟଙ୍କା ଗଣିବା ପାଇଁ ମେସିନ ମଗାଯାଇଛି। ଗଣା ସରିଲା ପରେ କେତେ ଟଙ୍କା ଜବତ ହୋଇଛି ତାହା କୁହାଯାଇ ପାରିବ ବୋଲି ଏସ୍ପି କହିଥିଲେ। ଉକ୍ତ କଂଗ୍ରେସ ବିଧାୟକମାନେ ହେଉଛନ୍ତି, ଜାମତାରା ବିଧାୟକ ଇରଫାନ ଆନସାରୀ, ଖିଜରି ବିଧାୟକ ରାଜେଶ କଚ୍ଛପ ଓ କୋଲେବିରା ବିଧାୟକ ନମନ ବିକ୍ସାଲ। ଏହି ଘଟଣା ପରେ ପାର୍ଥ ଚାଟାର୍ଜୀ ମାମଲାରେ ଅଡ଼ୁଆ ପରିସ୍ଥିତିରେ ଥିବା ତୃଣମୂଳ କଂଗ୍ରେସ ପକ୍ଷରୁ ଟ୍ବିଟ୍ କରି ପଚରାଯାଇଛି- ଇଡି କ’ଣ ଖାଲି ବଛାବଛା କେତେଜଣଙ୍କ ପଛରେ ପଡ଼ିଛି?
ଟଙ୍କାଭର୍ତ୍ତି କାର୍ ସହ ଧରାହେଲେ ୩ କଂଗ୍ରେସ ବିଧାୟକ
/sambad/media/post_attachments/wp-content/uploads/2022/07/465h6da4654ag654dag65gdgdg.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)