ଆନ୍ଧ୍ର ପ୍ରଦେଶ: ୩ ନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ଟେନାଲି, ଗୁଣ୍ଟୁର୍‌ ଓ ମଙ୍ଗଳାଗିରି ଅଞ୍ଚଳରେ ପୃଥକ ପୃଥକ ଭାବେ ୩ ଜଣ ନିର୍ମାଣ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଗୁଣ୍ଟୁର ଜିଲ୍ଲାର ଭେଙ୍କେଟଶ, ଟେନାଲିର ନାଗା ବ୍ରହ୍ମାଜି ଚଳିତ ମାସରେ ଆତ୍ମହତ୍ୟା କରିଛନ୍ତି। ଆଉ ଜଣେ ଶ୍ରମିକ ଗତ ମାସରେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ବାଲି ସଂଗ୍ରହ ନୀତିରେ ପରିବର୍ତ୍ତନ ଆସିବାରୁ ନିର୍ମାଣ ଶ୍ରମିକମାନେ କାମ ହରାଇ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି।

ସମ୍ବନ୍ଧିତ ଖବର