ରାଞ୍ଚି : ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣ ଫଳରେ ଆଜି ରାତିରେ ୩ ଜଣ ପୁଲିସ ସହିଦ ହୋଇଛନ୍ତି। ଝାଡ଼ଖଣ୍ଡର ଲାତେହର ଜିଲ୍ଲାର ଚନ୍ଦୱା ଥାନା ଅଧୀନରେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରେ ଏହି ଅଘଟଣ ଘଟିଛି। ପୁଲିସ ଟିମ୍ ଗାଡ଼ିରେ ଯାଉଥିବା ସମୟରେ ସଶସ୍ତ୍ର ମାଓବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ। ସହିଦ ପୁଲିସଙ୍କ ମଧ୍ୟରେ ଜଣେ ଏସ୍ଆଇ ରୢାଙ୍କର ଅଧିକାରୀ ଅଛନ୍ତି। ଆକ୍ରମଣରେ ଜଣେ ପୁଲିସ ଆହତ ହୋଇଥିବା ଲାତେହର ଜିଲ୍ଲାର ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।
ମାଓବାଦୀଙ୍କ ଆକ୍ରମଣରେ ୩ ଝାଡ଼ଖଣ୍ଡ ପୁଲିସ ସହିଦ
/sambad/media/post_attachments/wp-content/uploads/2019/11/naxals-attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)