ଗୌହାଟୀ: ଆସାମର ସିଲଚରସ୍ଥିତ କୁମ୍ଭୀରଗ୍ରାମ ବିମାନ ବନ୍ଦରରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ନେତାଙ୍କ ଆକ୍ରମଣରେ ୨ ଜଣ ମହିଳା କନଷ୍ଟେବଲଙ୍କ ସମେତ ୩ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିମ୍ସି ନେତାମାନଙ୍କୁ ଯବାନମାନେ ବିମାନ ବନ୍ଦରରେ ବନ୍ଦ କରିବାରୁ ଏହି ଅଭାବନୀୟ ଘଟଣା ଘଟିଛି।
ଦୁଇ ଦିନ ତଳେ ଜୁଲାଇ ୩୧ରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍(ଏନଆରସି)ର ୨ୟ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବା ପରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଆସାମ ଗସ୍ତ କରିଥିଲେ। ଟିମ୍ସି ନେତାମାନେ ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସୂଚନାଯୋଗ୍ୟ ପ୍ରାୟ ୪୦ ଲକ୍ଷ ଲୋକ ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି।
Police have kept them inside the airport with restrictions on their movement. In the scuffle,2 of our constables&1 worker from district administration were injured. Legal actions will be taken on the basis of FIRs by injured&for violation of Section 144: Kuladhar Saikia,Assam DGP pic.twitter.com/560KKt8e0c
— ANI (@ANI) August 2, 2018
ଆସାମ ପୁଲିସ ମହାନିର୍ଦ୍ଦେଶକ କୁଳଧର ସାଇକିଆ କହିଛନ୍ତି, ଘଟଣାର ତଦନ୍ତ ପରେ ଆମେ ତୃଣମୂଳ କଂଗ୍ରେସର ପ୍ରତିନିଧି ମଣ୍ଡଳକୁ ଗିରଫ କରିବା ନେଇ ନିଷ୍ପତ୍ତି ନେବୁ। କିନ୍ତୁ ଏହା ପୂର୍ବରୁ ସେମାନଙ୍କୁ ସିଲଚର ବିମାନ ବନ୍ଦରରେ ଅଟକ ରଖାଯାଇଛି। ସେ କହିଛନ୍ତି, ଟିଏମ୍ସି ନେତାଙ୍କ ଆକ୍ରମଣରେ ଆମର ୨ ଜଣ ମହିଳା କନଷ୍ଟେବଲ ଓ ଜଣେ ପୁରୁଷ କନଷ୍ଟେବଲ ଆହତ ହୋଇଛନ୍ତି। ତେଣୁ ଆମେ ଟିମ୍ସି ନେତୃମଣ୍ଡଳୀଙ୍କୁ ବାହାରକୁ ଛାଡ଼ି ପାରିବୁ ନାହିଁ ବୋଲି ଡିଜିପି ଶ୍ରୀ କୁଳଧର କହିଛନ୍ତି।