ନୂଆଦିଲ୍ଲୀ: ରାଜ୍ୟସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ । ବୁଧବାର ଏହି ୩ଟି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା । ଏବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

Advertisment

ବିଲ୍ ସଂପର୍କିତ ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର ପରେ ରାଜ୍ୟସଭାରେ ଏହି ତିନୋଟି ବିଲ୍କୁ ମଞ୍ଜୁରି ମିଳିଛି। ଏହା ପୂର୍ବରୁ ଲୋକସଭାରେ ଏହାକୁ ବାଚନିକ ଭୋଟରେ ପାରିତ କରାଯାଇଥିଲା। ସଂସଦରେ ତିନୋଟି ଅପରାଧିକ ଆଇନ ବଦଳରେ ବିଲ୍ ପାରିତ ହେବା ଅପରାଧିକ ନ୍ୟାୟ ପ୍ରକ୍ରିୟାରେ ଏକ ନୂତନ ଆରମ୍ଭ ହେବ ଯାହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ହେବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଲ୍ ଗୁଡ଼ିକର ଉଦ୍ଦେଶ୍ୟ ପୂର୍ବ ଆଇନ ପରି ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ପ୍ରଦାନ କରିବା। ନୂଆ ଆଇନକୁ ଭଲ ଭାବେ ପଢ଼ିଲେ ଜଣାପଡ଼ିବ ଯେ ଏହା ଭାରତୀୟ ନ୍ୟାୟ ଦର୍ଶନକୁ ସମର୍ଥନ କରୁଛି। ରାଜନୈତିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଏବଂ ସାମାଜିକ ନ୍ୟାୟ କୁ ବଜାୟ ରଖିବା କୁ ମଧ୍ୟ ସମ୍ବିଧାନ ନିର୍ମାତାମାନେ ସୁନିଶ୍ଚିତ କରିଛନ୍ତି । ଏହି ତିନୋଟି ବିଲ୍ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶକୁ ସମ୍ବିଧାନର ଏହି ଗ୍ୟାରେଣ୍ଟି ଦେଇଥାଏ।

ଏହି ଆଇନର ଆତ୍ମା ଭାରତୀୟ। ପ୍ରଥମ ଥର ପାଇଁ ଆମର ଅପରାଧିକ ନ୍ୟାୟ ପ୍ରକ୍ରିୟା ଭାରତ, ଭାରତ ପାଇଁ ଏବଂ ଭାରତୀୟ ସଂସଦ ଦ୍ୱାରା ପ୍ରସ୍ତୁତ ଆଇନ ମାଧ୍ୟମରେ ଚାଲିବ । ଏଥିପାଇଁ ମୁଁ ବହୁତ ଗର୍ବିତ।