ରାଜ୍ୟମାନଙ୍କୁ ୩ କୋଟି ଏନ୍‌୯୫ ମାସ୍କ, ୧ କୋଟିରୁ ଅଧିକ ପିପିଇ କିଟ୍‌ ଦେଇଛି କେନ୍ଦ୍ର

ବାଣ୍ଟିଛି ୧୦ କୋଟି ଏଚ୍‌ସିକ୍ୟୁ ବଟିକା

ନୂଆଦିଲ୍ଲୀ: ମାର୍ଚ୍ଚ ୧୧ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ମାଗଣାରେ ୩.୦୪ କୋଟିରୁ ଅଧିକ ଏନ୍‌୯୫ ମାସ୍କ, ୧.୨୮ କୋଟିରୁ ଅଧିକ ପିପିଇ କିଟ୍‌ ଏବଂ ୧୦.୩୮ କୋଟିରୁ ଅଧିକ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ୍‌ ବଣ୍ଟାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ବିଜ୍ଞପ୍ତି ଜାରି କରି ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ, ମୋଟ୍‌ ୨୨ ହଜାର ୫୩୩ ମେକ୍‌ ଇନ୍‌ ଇଣ୍ଡିଆ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟାଯାଇଛି। ରାଜ୍ୟ ମାନଙ୍କର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଆବଶ୍ୟକୀୟ ମେଡିକାଲ୍‌ ଉପକରଣ ପଠାଯାଉଛି। ତେବେ ସରକାରଙ୍କ ଦ୍ବାରା ପ୍ରାରମ୍ଭରେ ଦିଆଯାଇଥିବା ଅଧିକାଂଶ ଜିନିଷ ସ୍ବଦେଶରେ ପ୍ରସ୍ତୁତ ହୋଇନି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ସରକାର କରୋନାକୁ ସଫଳ ଭାବେ ମୁକାବିଲା କରିପାରିଛନ୍ତି। ଭାରତରେ ମଧ୍ୟ କରୋନା ମୃତ୍ୟୁହାର ଅନ୍ୟ ରାଷ୍ଟ୍ର ଅପେକ୍ଷା ବହୁତ କମ୍‌ ରହିଥିବା ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର