ଶ୍ରୀନଗର : ଉତ୍ତର କଶ୍ମୀର ସୋପୁରରେ ଆଜି ଏକ ଆତଙ୍କବାଦୀ ଆକ୍ରମଣରେ ୩ ସିଆରପିଏଫ୍ ଯବାନ ସହିଦ ହୋଇଯାଇଛନ୍ତି। ସିଆରପିଏଫ୍ର ୧୭୯ ବାଟାଲିୟନ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ ମୁତୟନ ହୋଇଥିବା ଏକ ଚେକ୍ପୋଷ୍ଟ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ୩ ଯବାନ ସହିଦ ହୋଇଛନ୍ତି। ଆହୁରି ଅନେକ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଗୋଟିଏ ସପ୍ତାହ ମଧ୍ୟରେ କାଶ୍ମୀରରେ ଅର୍ଦ୍ଧସାମରିକ ବାହିନୀ ଉପରେ ଏହା ତୃତୀୟ ଆକ୍ରମଣ। ଗତ ରାତିରୁ ଆଜି ମଧ୍ୟରେ ସିଆରପିଏଫ୍ ଉପରେ ଏହା ଦ୍ବିତୀୟ ଆକ୍ରମଣ। ଅନ୍ୟପକ୍ଷେ ପୁଲୱାମାରେ ମଧ୍ୟ ଏକ ଚେକ୍ପୋଷ୍ଟ୍ରେ ଆତଙ୍କବାଦୀଙ୍କ ଗୁଳି ଚାଳନା ଯୋଗୁଁ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି।
ସୋପୁରରେ ଆତଙ୍କବାଦୀ ଆକ୍ରମଣ: ୩ ସିଆରପିଏଫ୍ ଯବାନ ସହିଦ
/sambad/media/post_attachments/wp-content/uploads/2020/02/202002190712147429_Jammu-amp-Kashmir-Police-Three-terrorists-killed-in-an_SECVPF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)