ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ୮ଜଣ ଗ୍ରାମବାସୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ଚାଳକ ହରାଇ ଥିଲେ ନିୟନ୍ତ୍ରଣ

ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲା ସରାୟରଞ୍ଜନ ଥାନାରେ ଗତ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ନିୟନ୍ତ୍ରଣ ହରାଇ ଦେବାରୁ ରାସ୍ତାପାର୍ଶ୍ୱରେ ଛିଡା ହୋଇଥିବା ଆଠଜଣଙ୍କ ଉପରେ ଆଖି ପିଛୁଆଳେ ଟ୍ରକ୍‌ଟି ଚଢ଼ି ଚାଲି ଯାଇଥିଲା।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାପରେ ଘଟଣାସ୍ଥଳରେ ସ୍ଥାନୀୟଲୋକ ଉତ୍ତ୍ୟକ୍ତ ହୋଇ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ।

3 crushed to death by speeding truck in Bihar's Samastipur- India TV Hindi

ସରାୟରଞ୍ଜନ ଥାନା ଅଧିକାରୀ ସଞ୍ଜୀବ କୁମାର ବୁଧବାର କହିଛନ୍ତି, ଜାତୀୟ ରାଜପଥ ୧୦୩ରେ ତିସାବାରା ଗ୍ରାମ ନିକଟରେ ରାସ୍ତା ଉପରେ କିଛି ଲୋକ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ଦେଇଥିଲେ। ଏହାପରେ କେହି କିଛି ବୁଝିବା ପୂର୍ବରୁ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ୮ଜଣଙ୍କ ଉପରେ ଟ୍ରକ୍‌ଟି ଚଢ଼ି ଚାଲି ଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

Speeding truck kills 3 in Bihar | english.lokmat.com
Lokmat

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରି ଫେରାର ଟ୍ରକ୍‌ ଚାଳକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର