ମୁମ୍ବାଇ: ମୁମ୍ବାଇରେ ଏକ ୩ ଦିନର ଶିଶୁ ଏବଂ ତା’ର ମା' କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଉଭୟ ମା' ଏବଂ ୩ ଦିନର ଶିଶୁ ଚେମ୍ବୁର ହସ୍ପିଟାଲ୍ରେ ଯେଉଁ ବେଡ୍ରେ ରହିଥିଲେ ସେହି ବେଡ୍ରେ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇଥିଲେ। ସେହି ବେଡ୍ରୁ ହିଁ ୩ ଦିନର ଶିଶୁ ଏବଂ ତା ମା' ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଏବେ ମୁମ୍ବାଇର କସ୍ତୁରବା ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଉକ୍ତ ମହିଳାଙ୍କ ପରିବାର ସଦସ୍ୟଙ୍କ ଦାବି ଅନୁଯାୟୀ ଜଣେ ଡାକ୍ତର ସେମାନଙ୍କୁ କରୋନା ପରୀକ୍ଷା କରିବାକୁ କହିବାପରେ ଏହା ଜଣାପଡ଼ିଥିଲା। ନବଜାତ ଶିଶୁର ବାପା ବି କ୍ବାରାଣ୍ଟିନ୍ରେ ରହୁଛନ୍ତି।
ମୁମ୍ବାଇରେ ୩ ଦିନର ଶିଶୁ ଏବଂ ମା’ ଭାଇରସ୍ ଆକ୍ରାନ୍ତ
/sambad/media/post_attachments/wp-content/uploads/2020/03/corona-vi-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)