ଅବତରଣ ସମୟରେ ୩ ଖଣ୍ଡ ହେଲା ବିମାନ : ୩ ମୃତ, ୧୭୯ ଯାତ୍ରୀ ଆହତ

ଇସ୍ତାନବୁଲ : ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍‌ୱେରେ ବୁଧବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ଇସ୍ତାନ୍‌ବୁଲ୍‌ର ଗୋକେନ୍‌ ବିମାନ ବନ୍ଦରରେ ଅବତରଣ କରିବା ପରେ ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ର ଗୋଟାଏ ବିମାନ ଓଦା ରନ୍‌େଓ୍ଵରୁ ଖସଡ଼ି ଯାଇ ତିନି ଫାଳ ହୋଇ ଯାଇଛି। ସେଥିରେ ଥିବା ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୭୯ ଜଣ ଆହତ ହୋଇଥିବା କଥା ସ୍ୱାସ୍ଥ୍ୟମନ୍ତ୍ରୀ ଫରେତିନ୍‌ କୋକା କହିଛନ୍ତି।

ପୂର୍ବାଞ୍ଚଳ ପ୍ରଦେଶ ଓ୍ଵାନ୍‌ରେ ସାମ୍ବାଦିକମାନଙ୍କୁ କୋକା କହିଛନ୍ତି ଯେ ଦୁର୍ଘଟଣା ପରେ ତିନିଜଣ ଲୋକ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ବିମାନରେ କ୍ରୁ ଓ ଯାତ୍ରୀଙ୍କୁ ମିଶାଇ ୧୮୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୭୯ଜଣ ଆହତ ହୋଇଛନ୍ତି।

Image Source: Zee News

ଇସ୍ତାନବୁଲ୍‌ ଗଭର୍ଣ୍ଣର୍‌ ଅଲି ୟେର୍ଲିକାୟା କହିଛନ୍ତି ଯେ ପଶ୍ଚମ ପ୍ରଦେଶ ଇଜ୍‌ମିର୍‌ରୁ ଉଡ଼ାଣ ଆରମ୍ଭ କରିଥିବା ସେ ବିମାନରେ ୧୭୭ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ଥିଲେ। ଆହତମାନଙ୍କୁ ୧୮ଟି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ମଧ୍ୟ ଅଛନ୍ତି। ଦୁର୍ଘଟଣା ପରେ ସେ ବିମାନରେ ନିଆଁ ଲାଗିଯାଇଥିଲା।

ବୋଇଙ୍ଗ୍‌ ୭୩୭- ୮୬ଜେ ବିମାନଟି ଖରାପ ପାଗ ଯୋଗୁଁ ଓଦା ହୋଇଯାଇଥିବା ରନ୍‌େଓ୍ଵ ଉପରେ ରହି ନ ପାରି ୫୦/୬୦ ମିଟର୍‌ ବାହାରକୁ ଖସି ଯାଇଥିଲା।

 

ସମ୍ବନ୍ଧିତ ଖବର