ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ତାଣ୍ଡବ ରଚିଲା ବାଦଲ ଫଟା ବର୍ଷା | ଏନେଇ ଗୁରୁବାର ଦିନ ଉତ୍ତରାଖଣ୍ଡର ୧୩ଟି ଜିଲ୍ଲା ମଧ୍ୟରୁ ଆଠଟି ପାଇଁ ପାଣିପାଗ ବିଭାଗ ଦ୍ୱାରା ରେଡ୍ ଆଲର୍ଟ ଜାରି କରାଯାଇଥିବା ବେକେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି | ଏହା ସହ ଦୁଇ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଛି। ଡେରାଡୁନରେ ଥିବା ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି |
News Track Englishଗୁରୁବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ବାଦଲ ଫଟା ବର୍ଷା ପାଇଁ ମୁନା ନାମକ ଜଣେ ୩୨ବର୍ଷୀୟ ବ୍ୟକ୍ତି ପ୍ରବଳ ଜଳ ପ୍ରବାହରେ ବହିଯାଇ ମୃତ୍ୟୁ ବରଣ କରିଥିବାବେଳେ କାଜଲ ଏବଂ ସାକ୍ଷୀ ନାମକ ଦୁଇ ଜଣ ଝିଅ ନିଖୋଜ ଅଛନ୍ତି | ମୁନାଙ୍କ ମୃତଦେହ ମିଳିସାରିଥିବା ବେଳେ ଦୁଇଜଣ ଝିଅଙ୍କୁ ଉଦ୍ଧାର କରାଯାଇପାରିନାହିଁ ବୋଲି କହିଛନ୍ତି ଏସଡିଆରଏଫର ମିଡ଼ିଆ ଇନ-ଚାର୍ଜ ପ୍ରବୀଣ ଆଲୋକ |
ୟୁଏସ ନଗର ଜିଲ୍ଲାର ବାଜପୁରରେ ହୋଇଥିବା ଅନ୍ୟ ଏକ ଘଟଣାରେ ଗୁରୁବାର ଦିନ ପ୍ରବଳ ବର୍ଷା ହେତୁ ଘରର କାନ୍ଥ ଭୁଶୁଡ଼ିବା ପରେ ୨୮ବର୍ଷିୟ ଶଙ୍କର ଓ ୪୦ବର୍ଷୀୟ ମୁକେଶଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଦ୍ୱାରା ହୋଇଥିବା ଭୂସ୍ଖଳନ ପାଇଁ ଅନେକ ରାଜପଥ ଓ ରାସ୍ତା ଅବରୋଧ ହୋଇ ରହିଥିବା ନେଇ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-138.jpg)