ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୩ମୃତ, ୨୦ଆହତ
ନୂଆଦିଲ୍ଲୀ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପାକିସ୍ତାନର କୁଏଟ୍ଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବା ପରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହେରିକ-ଇ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କୁଏଟ୍ଟାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ ରୋଡର ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ ଦ୍ୱାରା ପରିଚାଳିତ ଏକ ଚେକପଏଣ୍ଟରେ ଏହି ବିସ୍ଫୋରଣ ଘଟିଛି। ପୁଲିସ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ ମୋଟରସାଇକେଲକୁ ଚେକପୋଷ୍ଟରେ ଥିବା ଆଇନ ପ୍ରଣୟନକାରୀ ସଂସ୍ଥାର ଗାଡି ଉପରେ ଚଢ଼ାଇ ଦେଇଥିଲେ। ଏହି ଆକ୍ରମଣରେ ତିନିଜଣ ପାରାମିଲିଟାରୀ ଗାର୍ଡଙ୍କ ମୃତ୍ୟୁ ଘଟିଛି।
Condemn the TTP suicide attack on FC checkpost, Mastung road, Quetta. My condolences go to the families of the martyrs & prayers for the recovery of the injured. Salute our security forces & their sacrifices to keep us safe by thwarting foreign-backed terrorists’ designs.
— Imran Khan (@ImranKhanPTI) September 5, 2021
ଏହି ଘଟଣା ଉପରେ ଟୁଇଟ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୃତ ଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।