ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀର ଚେନ୍ନାଇର ରାଜାଜୀ ହଲ୍ରେ ରଖାଯାଇଥିଲା। ତାଙ୍କର ଅନ୍ତିମ ଦର୍ଶନ ପାଇଁ ସେଠାରେ ଅସମ୍ଭାଳ ଭିଡ଼ ହୋଇଥିଲା। ଭିଡ଼ ଏତେ ବଢ଼ିଯାଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା। ଶେଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଲୋକ ଏବଂ ଜଣେ ୬୦ ବର୍ଷୀୟା ମହିଳା ଅନ୍ତର୍ଭୁକ୍ତ। ସେହିଭଳି ଘଟଣାରେ ୩୩ରୁ ଅଧିକ ଲୋକ ଆହତ ହୋଇ ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି। କିଛି ମହିଳା ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, କରୁଣାନିଧି ଜୁଲାଇ ୨୮ରେ ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରଠାରୁ ୨୧ରୁ ଊର୍ଧ୍ୱ ଲୋକ ଦୁଃଖରେ ମ୍ରିୟମାଣ ହୋଇ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ହସ୍ପିଟାଲ୍ରେ ଭର୍ତ୍ତି ହେବା ଦିନରୁ ବାହାରିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେଠାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜିର ଘଟଣା ପରେ କରୁଣାନିଧିଙ୍କ ପୁଅ ଏମ୍ କେ ଷ୍ଟାଲିନ୍ ଶାନ୍ତି ରକ୍ଷା ପାଇଁ ପାଇଁ ତୁହାକୁ ତୁହା ଆବେଦନ କରିଥିଲେ।
ରାଜାଜୀ ହଲ୍ରେ ଦଳାଚକଟା ୩ ମୃତ, ୩୩ ଆହତ
/sambad/media/post_attachments/wp-content/uploads/2018/08/stampede-near-rajaji-hall.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)