ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସ୍ ଖସି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୯ ଜଣ ନିଖୋଜ ଅଛନ୍ତି। ପୁଲିସ ଓ ଏସ୍ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବସ୍ଟି ବଦ୍ରିନାଥ ଯାଉଥିବାବେଳେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇଦେଇଥିଲେ ଏବଂ ବସ୍ଟି ନଦୀକୁ ଖସି ପଡ଼ିଥିଲା। ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଅଧିକାଂଶ ଲୋକ ବସ୍ଟି ନଦୀକୁ ଖସିବା ପୂର୍ବରୁ ଡେଇଁ ପଡ଼ିବାରୁ ବଞ୍ଚି ଯାଇଛନ୍ତି। ପୁଲିସ, ପ୍ରଶାସନ ଓ ବିପର୍ଯ୍ୟୟ ମୁକାବିଲା ବାହିନୀର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଅପରେସନ୍ର ତଦାରଖ କରୁଛନ୍ତି। ୩୧ ସିଟ୍ ଥିବା ବସ୍ରେ ଡ୍ରାଇଭରଙ୍କ ସମେତ ମୋଟ୍ ୨୦ ଜଣ ଥିଲେ। ରାଜସ୍ଥାନ ଏବଂ ଗୁଜରାଟର କିଛି ପରିବାର ଏହି ବସ୍ରେ ଚାରିଧାମ ଯାତ୍ରା ପାଇଁ ଯାଉଥିଲେ।
ନଦୀକୁ ବସ୍ ଖସି ୩ ମୃତ, ୯ ନିଖୋଜ
ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସ୍ ଖସି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୯ ଜଣ ନିଖୋଜ ଅଛନ୍ତି। ପୁଲିସ ଓ ଏସ୍ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବସ୍ଟି ବଦ୍ରିନାଥ ଯାଉଥିବାବେଳେ...
/sambad/media/media_files/2025/06/27/pkojhufgv-2025-06-27-04-27-09.jpg)