ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାର ଠାରୁ ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଛି। କୋଟି କୋଟି ଲୋକ ଏଥିରେ ଭାଗ ନେଉଥିବା ବେଳେ ମହାକୁମ୍ଭରେ ପ୍ରବଳ ଥଣ୍ଡାର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି। ଅମୃତ ସ୍ନାନ କରିବା ପରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି ।

Advertisment

ଏନସିପି ନେତାଙ୍କୁ ତାଙ୍କ ସାଙ୍ଗମାନେ ସକାଳ ସାଢ଼େ ୮ଟାରେ ଝୁନ୍ସି ଉପକେନ୍ଦ୍ରୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ରାଜସ୍ଥାନର କୋଟାର ସୁଦର୍ଶନ ସିଂହ ପାନୱାରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସୁଦର୍ଶନ ସିଂହ ମଧ୍ୟ ତାଙ୍କ ସାଙ୍ଗମାନଙ୍କ ସହ ମହାକୁମ୍ଭରେ ଗାଧୋଇବାକୁ ଆସିଥିଲେ। ଗାଧୋଇବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସାଙ୍ଗମାନେ ତାଙ୍କୁ ଉପକେନ୍ଦ୍ରୀୟ ଡାକ୍ତରଖାନା ଝୁନ୍ସିକୁ ନେଇଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେହିପରି ୮୫ ବର୍ଷୀୟ ଅର୍ଜୁନ ଗିରିଙ୍କୁ ହୃଦଘାତ ହେବା ପରେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ୧୩ ତାରିଖରେ ସ୍ନାନ ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାର ଲୋକ ଅସୁସ୍ଥ ହୋଇ କେନ୍ଦ୍ରୀୟ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୨୬୨ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା । ୩୭ ଅସୁସ୍ଥଙ୍କ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ଅନ୍ୟ ହସପିଟାଲକୁ ପଠାଯାଇଥିଲା ।