କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଖାର୍ତାଲା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି। ଜଣାପଡ଼ିଛି ଯେ ମାମୁନ୍ ମୋଲ୍ହାଙ୍କ ଘରେ ବୋମା ତିଆରି କରାଯାଉଥିଲା। ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଛି।
ପଡ଼ୋଶୀମାନେ କହିଛନ୍ତି ଯେ ସେମାନେ ଗତକାଲି ରାତିରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଶବ୍ଦ ଶୁଣି ସେମାନେ ଧାଇଁ ଆସି ଦେଖନ୍ତି ତ ବିସ୍ଫୋରଣ ଘଟିଛି। କିନ୍ତୁ ଏହାର କାରଣ କଣ ତାହା ସେମାନେ ଜାଣି ପାରିନଥିଲେ।
ଏହି ଘଟଣାରେ ମାମୁନ୍ ମୋଲ୍ହା, ସାକିରୁଲ ସାର୍କ ଏବଂ ମୁସ୍ତାକିନ୍ ଶେଖଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏପରି ହୋଇଥିଲା ଯେ ଯେଉଁଠାରେ ଘଟିଥିଲା ସେହି ​​ଘରର ଛାତ ଭୁଶୁଡ଼ି ପଡିଥିଲା। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଏବଂ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/09/yCobuua3R94bL5LVTW9n.jpg)