ରାଜସ୍ଥାନ: ଯୋଧପୁରର ପ୍ରୁଥିପୁର ଅଞ୍ଚଳରେ ଛାତ ଭୁଶୁଡ଼ିପଡ଼ିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରରେ ଏକ ଘରର ଛାତ ନିର୍ମାଣ ହୋଇଥିଲା | କୌଣସି କାରଣବଶତଃ ଏହି ଛାତଟି ଭୁଶୁଡିପଡିଥିଲା। ଆଉ ଛାତତଳେ ୪ ଜଣ ଚାପି ହୋଇରହିଯାଇଥିଲେ | ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା| ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
Rajasthan: 3 people died, 1 injured after the roof of an under-construction building collapsed in Prithvipura area of Jodhpur late last night. Dist Collector says, "The 3 died while under treatment, 1 is in hospital. Detailed inquiry to ascertain the cause of collapse being done" pic.twitter.com/gr6OT7zioc
— ANI (@ANI) May 13, 2019
ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ ବିସ୍ତୃତ କାରଣ ବାବଦରେ ଜଣାପଡ଼ିନାହିଁ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ମୃତକମାନଙ୍କର ପରିଚୟ ମିଳିନଥିବାବେଳେ ଆହତଙ୍କର ଚିକିତ୍ସା ଜାରି ରହିଛି |